Advertisment

ଜେଲ ଭିତରୁ ଚିଠି ଲେଖିଲେ ସିସୋଦିଆ, କହିଲେ- ମିସ୍‌ ୟୁ

ତିହାର ଜେଲ ଭିତରୁ ଭାବପ୍ରବଣ ହୋଇ ଚିଠି ଲେଖି ସୁସୋଦିଆ କହିଲେ, 'ଖୁବ ଶୀଘ୍ର ବାହାରେ ଦେଖା ହେବ।'

author-image
Madhupriya Mistry
manish-sisodia

manish-sisodia

ଭାବପ୍ରବଣ ହେଲେ ଆମ୍‌ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଭାବୁକ ହୋଇ ଜେଲ ଭିତରୁ ଲେଖିଲେ ଚିଠି। ସେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳିର ଲୋକଙ୍କ ପାଖକୁ ଏକ ଚିଠି ଲେଖି ଖୁବ ଶୀଘ୍ର ବାହାରେ ଦେଖା ହେବ ମିସ୍‌ ୟୁ ବୋଲି କହିଛନ୍ତି।

Advertisment

ତଥା କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆ ତିହାର ଜେଲ ଭିତରୁ ତାଙ୍କ ବିଧାନସଭା ମଣ୍ଡଳୀର ଲୋକଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି, 'ଗତ ଏକ ବର୍ଷ ମଧ୍ୟରେ ମୁଁ ସମସ୍ତଙ୍କୁ ମିସ୍‌ କରୁଛି। ଯେପରି ସ୍ୱାଧୀନତା ପାଇବା ସମୟରେ ସମସ୍ତେ ଯୁଦ୍ଧ କରିଥିଲେ, ସେହିଭଳି ଆମେ ଭଲ ଶିକ୍ଷା ଏବଂ ବିଦ୍ୟାଳୟ ପାଇଁ ସଂଗ୍ରାମ କରୁଛୁ। ବ୍ରିଟିଶ ଏକଛତ୍ରବାଦୀ ଶାସନ ପରେ ମଧ୍ୟ ସ୍ୱାଧୀନତାର ସ୍ୱପ୍ନ ସାକାର ହେଲା। ସେହିଭଳି, ଦିନେ ପ୍ରତ୍ୟେକ ପିଲା ଉପଯୁକ୍ତ ଏବଂ ଭଲ ଶିକ୍ଷା ପାଇବେ।'

ଚିଠି ମାଧ୍ୟମରେ ସିସୋଦିଆ ବିଜେପିକୁ ଟାର୍ଗେଟ କରି କହିଛନ୍ତି, 'ବ୍ରିଟିଶମାନେ ମଧ୍ୟ ସେମାନଙ୍କର ଶକ୍ତି ପାଇଁ ବହୁତ ଗର୍ବିତ ଥିଲେ। ବ୍ରିଟିଶମାନେ ମଧ୍ୟ ମିଥ୍ୟା ଅଭିଯୋଗରେ ଲୋକଙ୍କୁ ଜେଲରେ ରଖିଥିଲେ। ବ୍ରିଟିଶମାନେ ଗାନ୍ଧୀଙ୍କୁ ବହୁ ବର୍ଷ ଜେଲରେ ରଖିଥିଲେ। ସେମାନେ ନେଲସନ ମଣ୍ଡେଲାଙ୍କୁ କାରାଗାରରେ ରଖିଥିଲେ। ଏହି ଲୋକମାନେ ମୋର ପ୍ରେରଣା ଏବଂ ତୁମେ ସମସ୍ତେ ମୋର ଶକ୍ତି।'

Advertisment

ଜେଲରେ ରହି ତୁମ ପାଇଁ ମୋର ପ୍ରେମ ଆହୁରି ବଢ଼ି ଯାଇଛି। ତୁମେମାନେ ମୋ ପତ୍ନୀଙ୍କ ଯତ୍ନ ନେଇଛ। ସୀମା ତୁମ ସମସ୍ତଙ୍କ ବିଷୟରେ କହି ଭାବପ୍ରବଣ ହୋଇପଡେ। ତୁମେ ସମସ୍ତେ ନିଜେ ଯତ୍ନ ନିଅ। ଖୁବ୍‌ଶୀଘ୍ର ବାହାରେ ଦେଖା ହେବ। ଶିକ୍ଷାକ୍ରାନ୍ତି ଜିନ୍ଦାବାଦ୍‌, ଲଭ ୟୁ ଅଲ ବୋଲି ଚିଠି ମାଧ୍ୟମରେ ଲୋକଙ୍କୁ କହିଛନ୍ତି ସିସୋଦିଆ।

ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ୧୩ ମାସ ହେବ ଜେଲରେ ଅଛନ୍ତି। ମଦ ଦୁର୍ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ସିସୋଦିଆକୁ ଗତବର୍ଷ ଫେବ୍ରୁଆରୀ ୨୬ରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗିରଫ କରିଥିଲା। ସିବିଆଇ ଏଫଆଇଆର ସହ ଜଡିତ ଟଙ୍କା ହେରଫେର ମାମଲାରେ ତାଙ୍କୁ ତିହାର ଜେଲରେ ପଚରାଉଚରା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାର୍ଚ୍ଚ ୯, ୨୦୨୩ରେ ସିସୋଦିଆକୁ ଗିରଫ କରିଥିଲା।

AAP Manish Sisodia Write Letter From Jail