Advertisment

ଶରଦ ପାୱାରଙ୍କୁ ଲାଗିଛି ଶକ୍ତ ଝଟକା, କର୍ମକର୍ତ୍ତାଙ୍କୁ ମାଗୁଛନ୍ତି ବିଶ୍ୱସ୍ତ ହେବାର ସାର୍ଟିଫେକଟ

ନିଜ ପୁତୁରାଙ୍କଠାରୁ ଶକ୍ତ ଝଟକା ଖାଇବା ପରେ ଏନସିପି ମୁଖିଆ ଶରଦ ପାୱାର ଆଉ କାହାକୁ ସହଜେ ବିଶ୍ୱାସ କରି ପାରୁ ନାହାନ୍ତି। ତେଣୁ ସେ ଏବେ ନିଜ କର୍ମକର୍ତ୍ତାଙ୍କୁ ବିଶ୍ୱସ୍ତ ହେବାର ପ୍ରମାଣ ମାଗୁଛନ୍ତି। ଏପରିକି କୋର୍ଟ ଷ୍ଟାମ୍ପ ପେପରରେ ଦସ୍ତଖତ ଦେବାକୁ ନିଜ ଅନୁଗତଙ୍କୁ କହୁଛନ୍ତି ଶରଦ ପାୱାର।

Sarad Pawar

Sarad Pawar

Advertisment

ନିଜ ପୁତୁରାଙ୍କଠାରୁ ଶକ୍ତ ଝଟକା ଖାଇବା ପରେ ଏନସିପି ମୁଖିଆ ଶରଦ ପାୱାର ଆଉ କାହାକୁ ସହଜେ ବିଶ୍ୱାସ କରି ପାରୁ ନାହାନ୍ତି। ତେଣୁ ସେ ଏବେ ନିଜ କର୍ମକର୍ତ୍ତାଙ୍କୁ ବିଶ୍ୱସ୍ତ ହେବାର ପ୍ରମାଣ ମାଗୁଛନ୍ତି। ଏପରିକି କୋର୍ଟ ଷ୍ଟାମ୍ପ ପେପରରେ ଦସ୍ତଖତ ଦେବାକୁ ନିଜ ଅନୁଗତଙ୍କୁ କହୁଛନ୍ତି ଶରଦ ପାୱାର।

Advertisment

ଏନସିପିର ଉଭୟ ଗୋଷ୍ଠୀ ପକ୍ଷରୁ ଆଜି ନିଜ ଶକ୍ତି ପ୍ରଦର୍ଶନ କରାଯିବ । ଉଭୟ ପକ୍ଷ ନିଜକୁ ପ୍ରକୃତ ଏନସିପି କହୁଥିବା ବେଳେ ସଂଖ୍ୟା ଗରିଷ୍ଠ କର୍ମକର୍ତ୍ତା, ଜନ ପ୍ରତିନିଧୀ ସେମାନଙ୍କ ନିକଟରେ ଥିବା କହୁଛନ୍ତି। ଆଜିର ଦିନ ଉଭୟ ଗୋଷ୍ଠୀଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥ ପାଇଁ ନିର୍ଣ୍ଣାୟକ ହେବ ବୋଲି ଆଲୋଚନା ହେଉଛି ।

ଏପରି ସ୍ଥିତି ଶରଦ ପାୱାର ଗ୍ରୁପ୍‌ ତରଫରୁ ନିଜ ଜନ ପ୍ରତିନିଧୀଙ୍କ ସମେତ କର୍ମକର୍ତ୍ତାଙ୍କ ନିମନ୍ତେ କୋର୍ଟ ଷ୍ଟାମ୍ପ ପେପରରେ ଆଭିଡେଭିଟ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଉକ୍ତ କର୍ମକର୍ତ୍ତା ଭବିଷ୍ୟତରେ ଶରଦ ପାୱାରଙ୍କ ପ୍ରତି ଅନୁଗତ ରହିବେ ତଥା ତାଙ୍କୁ ହିଁ ଦଳର ନେତା ମାନିବେ ବୋଲି ଉକ୍ତ କୋର୍ଟ ପେପରରେ ଲେଖାଯାଇଛି। ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିବାକୁ ହ୍ୱିପ୍‌ ଜାରି କରାଯାଇଛି।

Advertisment

ପାର୍ଟିର ମୁଖ୍ୟ ସଚେତନ ଜିତେନ୍ଦ୍ର ଆହ୍ୱାଡ ଏକ ଧାଡ଼ିକିଆ ହ୍ୱିପ ଜାରି କରି ଆଜି ଅପରାହ୍ନ ୧ଟାରେ ୱାଇ.ବି ଚହ୍ୱାନ ସେଣ୍ଟରରେ ସମସ୍ତ କର୍ମକର୍ତ୍ତାଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

ଅପରପକ୍ଷେ, ଅଜିତ ପାୱାରଙ୍କ ବାସଭବନ ‘ଦେବଗିରି’ ସମ୍ମୁଖରେ ଆଜି ସକାଳୁ ଖୁବ୍‌ ଭିଡ଼ ଦେଖିବାକୁ ମିଳିଛି। ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବ ଶପଥ ନେବା ପରଠୁ ଲଗାତର ଭାବେ ସବୁ ବିଧାୟକଙ୍କ ସହ ସମ୍ପର୍କ ରଖି ଆସିଛନ୍ତି। ଦଳର ବହୁ କର୍ମକର୍ତ୍ତା ଓ ବରିଷ୍ଠ ନେତା ଆଜି ଅଜିତ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେମାନେ ବାହାରକୁ ଆସିବା ପରେ ଆମ ସୁପ୍ରିମୋ ଶରଦ ପାୱାର ବୋଲି କହିଥିବା ବେଳେ ରାଜ୍ୟର ବିକାଶ ପାଇଁ କିନ୍ତୁ ଅଜିତ ପାୱାରଙ୍କୁ ସମର୍ଥନ ଜଣାଇବାକୁ ଖୁଲମଖୁଲା କହିଛନ୍ତି।

Sarad Power Maharashtra NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe