Advertisment

ସଂସଦରେ ବିକ୍ଷୋଭ କରିଥିବା ନୀଲମଙ୍କ ସମ୍ପର୍କୀୟ କହିଲେ - 'ସେ ବେରୋଜଗାରୀ ଓ ଚାପରେ ରହୁଥିଲେ...'

"ଯୋଗ୍ୟତା ଥାଇ ମଧ୍ୟ ଚାକିରି ହେଉନଥିବାରୁ ସେ ଚାପରେ ରହୁଥିଲେ। ବେଳେ ବେଳେ ଏପରି ବି କହୁଥିଲେ ଯେ, ଏତେ ପାଠ ପଢି ଯଦି ନିଜ ପାଇଁ ଦିନକୁ ଦି ଓଳି ଖାଇବା ଯୋଗାଡ କରିପାରୁନି ତେବେ ମୋର ଆତ୍ମହତ୍ୟା କରିଦେବା ଉଚିତ୍।"

 Neelam Azad

Neelam Azad

Advertisment

ସଂସଦ ଭବନରେ ଗ୍ୟାସ୍ ସ୍ପ୍ରେ ସହ ବିକ୍ଷୋଭ ପ୍ରଦର୍ଶନ କରିବା ଘଟଣାରେ ଗିରଫ ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ମହିଳା ଅଭିଯୁକ୍ତଙ୍କ ପିରବାର ଲୋକ ପ୍ରତିକ୍ରିୟା ରଖିଛନ୍ତି। ନୀଲମ ଉଚ୍ଚ ଶିକ୍ଷିତା କିନ୍ତୁ ବେରୋଜଗାର ଥିବାରୁ ଏପରି ପଦକ୍ଷେପ ନେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। 

Advertisment

ନୀଲମଙ୍କ ମାଆ ଓ ଭାଇ କହିଛନ୍ତି ଯେ, ସେ ବିଏ, ଏମ.ଏ, ଅନୁସନ୍ଧାନ(ରିସର୍ଚ୍ଚ)ରେ ଏମ.ଫିଲ ଏବଂ ନିଟ୍ କ୍ଲିୟର୍ ମଧ୍ୟ କରିଛନ୍ତି। ତଥାପି ନିଯୁକ୍ତି ପାଉନାହାନ୍ତି। ଯୋଗ୍ୟତା ଥାଇ ମଧ୍ୟ ଚାକିରି ହେଉନଥିବାରୁ ସେ ଚାପରେ ରହୁଥିଲେ। ବେଳେ ବେଳେ ଏପରି ବି କହୁଥିଲେ ଯେ, ଏତେ ପାଠ ପଢି ଯଦି ନିଜ ପାଇଁ ଦିନକୁ ଦି ଓଳି ଖାଇବା ଯୋଗାଡ କରିପାରୁନି ତେବେ ମୋର ଆତ୍ମହତ୍ୟା କରିଦେବା ଉଚିତ୍।

ତାଙ୍କ ଭାଇ କହିଛନ୍ତି, "ନୀଲମ ସବୁବେଳେ ପାଠ ପଢାର ଧ୍ୟାନ ଦିଅନ୍ତି। ସେ କୌଣସି ରାଜନୈତିକ ସଂଗଠନ ସହ ଜଡିତ ନଥିଲେ। କାହିଁକି ଏପରି କଲେ ସେକଥା ଆମେ ଜାଣି ନାହୁଁ। ତାଙ୍କ ସହ କଥା ହେବା ପରେ ହିଁ ପ୍ରକୃତ କଥା କଣ ଜଣାପଡିବ। ଏସବୁ ବାବଦରେ ଆମେ ଟିଭିରୁ ହିଁ ଜାଣିବାକୁ ପାଇଛୁ।"  

Advertisment

ତାଙ୍କ ଭାଇ ଆହୁରି କହିଛନ୍ତି, "ନୀଲମ ବିକ୍ଷୋଭରେ ବେରୋଜଗାର ପ୍ରସଙ୍ଗ ଉଠାଇଛନ୍ତି। କେନ୍ଦ୍ର ସରକାର ଆଣିଥିବା ତିନି କୃଷି ବିଲ୍ ରଦ୍ଦ କରିବାକୁ ମଧ୍ୟ ସେ ଦାବି କରୁଥିଲେ। ଏଥିପାଇଁ ସେ ଦିଲ୍ଲୀରେ ବର୍ଷ ବର୍ଷ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ।"

ଗତକାଲି ସଂସଦରେ ଶୂନ୍ୟକାଳ ଚାଲିଥିବା ସମୟରେ ହଠାତ୍ ଗୃହର ଭିତରେ ଓ ବାହାରେ କିଛି ଯୁବକ ହଙ୍ଗାମା କରିଥିଲେ। ଦୁଇ ଜଣ ଯୁବକ ସଂସଦ ଭବନ ଭିତରେ ପଶି ହଳଦିଆ ଗ୍ୟାସ୍ ସ୍ପ୍ରେ କରିବା ସହ କିଛି ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମାନଙ୍କ ମଧ୍ୟରେ ହରିୟାଣାର ହିର୍ସାର ଏକ ପିଜିରେ ରହୁଥିବା ନୀଲମ ଆଜାଦ ମଧ୍ୟ ଥିଲେ। ନୀଲମ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେ 'ସମ୍ବିଧାନ ବଞ୍ଚାଅ, ଏକଛତ୍ରବାଦ ଶାସନ ବନ୍ଦ କର' ନାରା ଦେଇ ବିକ୍ଷୋଭ କରିଥିଲେ।

ଏହି ଘଟଣାରେ ପୁଲିସ ପାଞ୍ଚ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମୈସୁର ସାଂସଦ ପ୍ରତାପ ସିମ୍ହାଙ୍କ ଭିଡିଟର୍ସ କାର୍ଡ ବ୍ୟବହାର କରି ସଂସଦକୁ ପ୍ରବେଶ କରିଥିଲେ। ପୁଅ ସଂସଦ ଭବନ ବୁଲିବ କହି ତାଙ୍କ ବାପା ଅନୁରୋଧ କରି ଭିଜିଟର୍ସ କାର୍ଡ ଆସିଥିବା ସାଂସଦ ପ୍ରତାପ ବାଚସ୍ପତିଙ୍କୁ ଜଣାଇଛନ୍ତି। 

Parliament Parliament Security Breach Gas Spray In Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe