Advertisment

'୫ ବର୍ଷରେ ୨୦ ଥର ଭୁଶୁଡିଛି ଉତ୍ତରକାଶୀ ସିଲ୍କିଆରା ସୁଡ଼ଙ୍ଗ'

ପ୍ରୋଜେକ୍ଟ ତଦାରଖ କରୁଥିବା ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍(NHIDCL) ନିର୍ଦ୍ଦେଶକ ଅଂଶୁ ମନିଶ ଖାଲଖୋ ଏହି ଖୁଲାସା କହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Uttarakhand Tunnel

Uttarakhand Tunnel

ପୂରା ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ। ସିଲ୍କିଆରା-ବାରକୋଟ ଟନେଲ ପ୍ରଥମ କରି ଭୁଶୁଡି ନଥିଲା, ଏହାପୂର୍ବରୁ ୫ ବର୍ଷରେ ୨୦ ଥର ଭୁଶୁଡି ପଡ଼ିଥିବା କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ। ପ୍ରୋଜେକ୍ଟ ତଦାରଖ କରୁଥିବା ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍(NHIDCL) ନିର୍ଦ୍ଦେଶକ ଅଂଶୁ ମନିଶ ଖାଲଖୋ ଏହି ଖୁଲାସା କହିଛନ୍ତି।

Advertisment

ସେ କହିଛନ୍ତି ଯେ, ଉତ୍ତରାଖଣ୍ଡ ଉତ୍ତରକାଶୀରେ ଚାର୍ ଧାମ ଯାତ୍ରା ପାଇଁ ନିର୍ମାଣ କରାଯାଉଥିବା ସିଲ୍କଆରା-ବାରକୋଟ ସୁଡ଼ଙ୍ଗ ପ୍ରଥମ କରି ଭୁଶୁଡି ନଥିଲା। ପାଞ୍ଚ ବର୍ଷ ମଧ୍ୟରେ ଏଠାରେ ୧୯-୨୦ଟି ଛୋଟରୁ ମଧ୍ୟମ ଧରଣର ଭୂସ୍ଖଳନ ଘଟିଛି। ଏହି ଭୁଶୁଡିବା ଘଟଣା ଅତି ସାଧାରଣ। ପ୍ରତ୍ୟେକ ପ୍ରକଳ୍ପ ନିର୍ମାଣ ସମୟରେ ଏପରି ଘଟେ, କିନ୍ତୁ ଦୁର୍ଭାଗ୍ୟବଶତଃ ଆମ ଶ୍ରମିକମାନେ ସୁଡ଼ଙ୍ଗରେ ଫସି ଯାଇଥିଲେ।  

ଖାଲଖୋ ଆହୁରି କହିଛନ୍ତି, ସିଲ୍କିଆରା ପାର୍ଶ୍ୱରେ ଏବଂ ଟନେଲର ବାରକୋଟର ଶେଷ ଭାଗ 'ଆବର୍ଜନା' ନାମରେ ଜଣାଶୁଣା। ଏହି ସ୍ଥାନରେ ଅଧିକ ପତନ ଘଟିଛି। ସିଲ୍କିଆରା ପ୍ରାନ୍ତରୁ ଟନେଲ୍ ମୁହଁରୁ ୧୬୦ରୁ ୨୬୦ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ 'ରେଡ୍ ଜୋନ୍' ବା 'ଶିଅର୍ ଜୋନ୍' ବୋଲି କୁହାଯାଏ। ଏଠାରେ ପଥରର ଭଗ୍ନାବଶେଷ ଚିହ୍ନଟ କରାଯାଇଥିଲା। ଏହି ଅଞ୍ଚଳକୁ ମଜବୁତ କରିବା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଖାଲଖୋ କହିଛନ୍ତି।

Advertisment

ଟନେଲ ନିର୍ମାଣ ସହ ଜଡ଼ିତ ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଅଞ୍ଚଳର ଭୂ ଅବସ୍ଥିତି ଟନେଲ୍ ନିର୍ମାଣକୁ ଅଧିକ ଆହ୍ୱାନପୂର୍ଣ୍ଣ କରିଛି।

ପ୍ରକାଶ ଥାଉ କି, ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉ ଥିବାବେଳେ ଉତ୍ତରାଖଣ୍ଡ ସିଲ୍କିଆରା-ବାରକୋଟ ଟନେଲ ଭୁଶୁଡି ପଡ଼ିଥିଲା। ଏଥିରେ ୪୧ ଶ୍ରମିକ ୧୭ ଦିନ ଧରି ଫସି ରହିଥିଲେ। ଶତ ପ୍ରଚେଷ୍ଟା ଓ କୋଟିଏ ପୂଜାପାଠ ପରେ ଶେଷରେ ନଭେମ୍ବର ୨୮ରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। 

ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା। ଉତ୍ତରକାଶୀରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଥିଲା।

Tunnel Collapses Uttarakhand Tunnel Collapse Uttarkashi Tunnel Collapse