Advertisment

ନିଜ ହୋମ୍‌ ଟାଉନ୍‌ରୁ ପ୍ରାର୍ଥୀ ହେବାକୁ ଆଗ୍ରହୀ ନ ଥିଲେ କଙ୍ଗନା, ଭାଇରାଲ ହେଲା ପୁରୁଣା ଟ୍ୱିଟ

କଙ୍ଗନାଙ୍କ  ୩ ବର୍ଷ ତଳର ଏକ ପୁରୁଣା ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଟ୍ୱିଟରେ ସେ ନିଜ ରାଜ୍ୟ ହିମାଚଳ ପ୍ରଦେଶରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ନ ଥିବା କହିଥିଲେ।

ଅଦ୍ୟତନ ହୋଇଛି
kangana-ranaut

kangana-ranaut

Advertisment

ଗତକାଲି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏଥିରେ ୧୭ଟି ରାଜ୍ୟର ୧୧୧ଟି ସିଟ୍ ପାଇଁ ଘୋଷଣା ହୋଇଛି ପ୍ରାର୍ଥୀ ତାଲିକା। ଏଥର ଦଳ ନବାଗତ, ବଲିଉଡ ସେଲିବ୍ରିଟି, ପୂର୍ବତନ ଜଜଙ୍କ ସମେତ ବହୁ ଜଣାଶୁଣା ଚେହେରାଙ୍କୁ ଟିକେଟ ଦେଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ଏଥର କଙ୍ଗନା ରାଣାୱତଙ୍କୁନିଜ ହୋମ ଟାଉନ୍‌ ହିମାଚଳ ପ୍ରଦେଶର ମନ୍ଦିରୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି।

Advertisment

ଏହା ମଧ୍ୟରେ କଙ୍ଗନାଙ୍କ  ୩ ବର୍ଷ ତଳର ଏକ ପୁରୁଣା ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଟ୍ୱିଟରେ ସେ ନିଜ ରାଜ୍ୟ ହିମାଚଳ ପ୍ରଦେଶରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ନ ଥିବା କହିଥିଲେ। ନିଜ ରାଜ୍ୟ ଦାରିଦ୍ର ଶ୍ରେଣୀରେ ଯାଉଥିବା ବେଳେ ଅପରାଧପ୍ରବଣ ବି ନୁହେଁ । ତେଣୁ ସମସ୍ୟାବହଳୁ ରାଜ୍ୟରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିବା ନେଇ ସେ ଗତ ୨୦୨୧ ମସିହାରେ ଟ୍ୱିଟ କରିଥିଲେ।

ଏନେଇ ସେ ଟ୍ୱିଟ କରି ଜଣାଇଥିଲେ, ୨୦୧୯ ମସିହାରେ ମଧ୍ୟପ୍ରଦେଶର ଗୋୱାଲିୟରରୁ ପ୍ରାର୍ଥୀ ହେବାକୁ ଅଫର୍‌ ପାଇଥିଲି। ମାତ୍ର ସେତେବେଳେ କୌଣସି ନିଷ୍ପତ୍ତି ନେଇ ପାରି ନ ଥିଲି। ହିମାଚଳ ପ୍ରଦେଶର ଜନସଂଖ୍ୟା କେବଳ ୬୦/୭୦ ଲକ୍ଷ । ତେଣୁ ମୁଁ ପୁଣି ରାଜନୀତିରେ ସୁଯୋଗ ପାଇଲେ, ଏପରି କ୍ଷେତ୍ର ଚାହିଁକି ଯାହାକି ସମସ୍ୟାବହୁଳ ଥିବ । ଫଳରେ ମୁଁ ଲୋକଙ୍କ ପାଇଁ କଠିନ ପରିଶ୍ରମ କରିବା ସହ ଉକ୍ତ ଅଞ୍ଚଳର ଲୋକଙ୍କ ହୃଦୟରେ ରାଣୀ ହୋଇ ପାରିବି।

Advertisment

ମାତ୍ର ଗତକାଲି ବିଜେପି ତାଲିକାରେ ମନ୍ଦିରୁ ପ୍ରାର୍ଥୀ ଭାବେ ଦଳ ଘୋଷଣା କରିବା ପରେ ଖୁବ୍‌ ଖୁସି ଅଛନ୍ତି କଙ୍ଗନା। ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞ ଥିବା କହିଛନ୍ତି ।

କଙ୍ଗନାଙ୍କୁ ବାଦ ଦେଲେ ରାମାୟଣରେ ରାମ ଚରିତ୍ରରେ ଅଭିନୟ ପାଇଁ ଖ୍ୟାତି ଅର୍ଜନ କରିଥିବା ଅରୁଣ ଗୋଭିଲଙ୍କୁ ମିରଟରୁ ପ୍ରାର୍ଥୀ କରିଛି ବିଜେପି। ଏହାବାଦ ହରିୟାଣାର କୁରୁକ୍ଷେତ୍ରରୁ ନବୀନ ଜିନ୍ଦଲ, ପଶ୍ଚିମବଙ୍ଗର ତାମଲକରୁ କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗାଙ୍ଗୁଲି ପ୍ରମୁଖ ସ୍ଥାନ ପାଇଛନ୍ତି।

Pic Of Tweetକଙ୍ଗନାଙ୍କ ପୁରୁଣା ଟ୍ୱିଟର ଫଟୋ ଭାଇରାଲ ହେଉଛି।
Bjp Kangana Ranaut Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe