Advertisment

ଜ୍ୟାକଲିନ୍‌ଙ୍କୁ ଧମକ ଦେଲା ମହାଠକ ସୁକେଶ

ନିକଟରେ ମହାଠକ ସୁକେଶ ପଠାଉଥିବା ଚିଠି ପତ୍ରକୁ ନେଇ ବିରକ୍ତି ହୋଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ।

Jacqueline

Jacqueline

Advertisment

ରାଗିଗଲା ମହାଠକ ସୁକେଶ ଚନ୍ଦ୍ରଶେଖର। ନିଜ ଲେଡି ଲଭ୍‌ ତଥା ଅଭିନେତ୍ରୀ ଜ୍ୟାକ୍‌ଲିନଙ୍କୁ ଦେଲା ଧମକ। କହିଲା ସମସ୍ତଙ୍କ ଆଗରେ ଖୋଲିଦେବି ସବୁ ରାଜ୍‌। ସମସ୍ତେ ସତ ଜାଣିବା ଉଚିତ।

Advertisment

ନିକଟରେ ମହାଠକ ସୁକେଶ ପଠାଉଥିବା ଚିଠି ପତ୍ରକୁ ନେଇ ବିରକ୍ତି ହୋଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ। ବୁଧବାର ଦିଲ୍ଲୀର ଏକ କୋର୍ଟରେ ସୁକେଶ ପଠାଉଥିବା ଚିଠିକୁ ବନ୍ଦ କରିବା ପାଇଁ ଆବେଦନ କରିଥିଲେ ଜ୍ୟାକ୍‌ଲିନ୍‌। ବାସ୍‌ ଏହି ଖବର ସାମ୍ନାକୁ ଆସିବା ପରେ ଏବେ ମହାଠକ ସୁକେଶ ଚନ୍ଦ୍ର ଶେଖର ରାଗି ଯାଇଛି। ପୁଣିଥରେ ଏକ ଚିଠି ଲେଖି ସେ ଜ୍ୟାକଲିନ୍‌ଙ୍କୁ ଦେଇଛି ଧମକ।

ଚିଠିରେ ସୁକେଶ ଜ୍ୟାକ୍‌ଲିନଙ୍କ ନାଁ ନ ନେଇ ନିଜ ରାଗ ପ୍ରକାଶ କରିଛି। ମୋତେ ସଇତାନ ସଜାଇ ଦିଆଯାଇଛି। ତେଣୁ ମୋ ପାଖରେ ପ୍ରକୃତ ସତକୁ ସମସ୍ତଙ୍କ ସାମ୍ନାକୁ ଆଣିବା ଛଡା ଆଉ କିଛି ଉପାୟ ନାହିଁ। ଏବେ ସମସ୍ତେ ପ୍ରକୃତ ସତ କ'ଣ ତାହା ଜାଣିବା ଉଚିତ। ମୁ ତାକୁ(ଜ୍ୟାକଲିନ୍‌) ଏକ୍ସପୋଜ କରିଦେବି। ଚାଟ୍‌, ସ୍କ୍ରିନଶଟ୍‌ ଓ ରେକର୍ଡିଂ ସମସ୍ତଙ୍କ ସାମ୍ନାକୁ ଆଣିବି ବୋଲି ସୁକେଶ ତା' ଚିଠିରେ ଉଲ୍ଲେଖ କରିଛି।

Advertisment

କେବଳ ସେତିକି ନୁହେଁ ଜ୍ୟାକ୍‌ଲିନ୍‌ଙ୍କ ସୋଶାଲ ମିଡିଆ ଫଲୋର୍ସ ବଢ଼ାଇବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଏଥିସହ ଜଡିତ ସମସ୍ତ ପ୍ରମାଣ ସେ ସମସ୍ତଙ୍କ ସାମ୍ନାକୁ ଆଣିଦେବ। ତାଙ୍କ (ଜ୍ୟାକଲିନ୍‌) ବିରୋଧରେ ଥିବା ସମସ୍ତ ଅଣଦେଖା ପ୍ରମାଣ ଉଜାଗର କରିବି। ବର୍ତ୍ତମାନ ସୁଦ୍ଧା ଯେଉଁସବୁ ତଦନ୍ତ ହୋଇଛି ତାହା ପକ୍ଷପାତିତାପୂର୍ଣ୍ଣ। କାରଣ ସୁକେଶ ସେହି ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଚାହୁଁଥିଲା। ତୁମେ ଯାହା ସବୁ କଲ ତାହା ଦେଖି ମୁଁ ସ୍ତବ୍ଧ ବୋଲି ଚିଠିରେ କହିଛି ସୁକେଶ।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏବେ ସୁକେଶ ଦିଲ୍ଲୀର ମଣ୍ଡୋଲି ଜେଲ୍‌ରେ ଅଛି। ଏଭଳି ସ୍ଥିତିରେ ବୁଧବାର ଜ୍ୟାକ୍‌ଲିନ୍‌ ତା'ବିରୋଧରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁକେଶର କୌଣସି ବି ମେସେଜ କିମ୍ବା ଚିଠି ଜାରି କରିବା ଉପରେ ରୋକ ଲଗାଇବା ପାଇଁ ସେ ଆବେଦନ କରିଥିଲେ।

Jacqueline Fernandez Sukesh Chandrasekhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe