Advertisment

ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ନୀତୀନ୍ ଗଡକରୀଙ୍କ ‘କଂଗ୍ରେସର ଯୋଗଦେବା ଅପେକ୍ଷା କୂଅରେ ଡେଇଁ ପଡ଼ିବା ଭଲ’ ବୟାନ

ଏକଦା ତାଙ୍କୁ କଂଗ୍ରେସରେ ଯୋଗଦେବାକୁ ସ୍ୱର୍ଗୟ କଂଗ୍ରସ ନେତା ଶ୍ରୀକାନ୍ତ ଜୀଚକର ପରାମର୍ଶ ଦେଇଥିଲେ, ଯାହାକୁ ମନେ ପକାଇ ମହାରାଷ୍ଟ୍ରର ଭାନ୍ଦ୍ରାରେ ଅନୁଷ୍ଠିତ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉତ୍ସବ ସଭାରେ ସେ ଏହି ମତ ରଖିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Union minister Nitin Gadkari

Union minister Nitin Gadkari

ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ନୀତୀନ୍ ଗଡକରୀଙ୍କ ‘କଂଗ୍ରେସର ଯୋଗଦେବା ଅପେକ୍ଷା କୂଅରେ ଡେଇଁ ପଡ଼ିବା ଭଲ’ ବୟାନ। ଏକଦା ତାଙ୍କୁ କଂଗ୍ରେସରେ ଯୋଗଦେବାକୁ ସ୍ୱର୍ଗୟ କଂଗ୍ରସ ନେତା ଶ୍ରୀକାନ୍ତ ଜୀଚକର ପରାମର୍ଶ ଦେଇଥିଲେ, ଯାହାକୁ ମନେ ପକାଇ ମହାରାଷ୍ଟ୍ରର ଭାନ୍ଦ୍ରାରେ ଅନୁଷ୍ଠିତ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉତ୍ସବ ସଭାରେ ସେ ଏହି ମତ ରଖିଛନ୍ତି।

Advertisment

ସେ ସଭାରେ କହିଥିଲେ, ‘ଏକଦା ତାଙ୍କୁ କଂଗ୍ରେସରେ ଯୋଗଦେବାକୁ ସ୍ୱର୍ଗୟ କଂଗ୍ରସ ନେତା ଶ୍ରୀକାନ୍ତ ଜୀଚକର ଭେଟି କହିଥିଲେ, ତୁମେ ଜଣେ ଭଲ ଦଳୀୟ କାର୍ଯ୍ୟକର୍ତ୍ତା ଓ ନେତା। ତୁମେ ଯଦି କଂଗ୍ରେସରେ ଯୋଗଦେବ ତେବେ ତୁମ ପାଇଁ ଉଜ୍ୱଳ ଭବିଷ୍ୟତ ରହିଛି। ଏହା ଶୁଣିବା ପରେ ମୁଁ ଉତ୍ତର ଦେଇଥିଲି ଯେ, ମୁଁ କଂଗ୍ରେସରେ ଯୋଗଦେବା ଅପେକ୍ଷା କୂଅକୁ ଡେଇଁ ପଡ଼ିବା ପସନ୍ଦ କରିବି। କାରଣ ମୋର ବିଜେପି ଓ ଦଳୀୟ ଆଦର୍ଶ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି। ଏହି ଦଳ ପାଇଁ ହିଁ ମୁଁ କାମ କରିବି।’

ଗଡକରୀ ସଭାରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ଗଠନ ହେବା ଦିନଠାରୁ ଅନେକ ଥର ତଳକୁ ଖସିଛି। ଦେଶର ଗଣତାନ୍ତ୍ରିକ ଇତିହାସ କେବେ ଭୁଲି ହେବନି। ଭବିଷ୍ୟତ ନିମନ୍ତେ ଅତିତରୁ ଶିକ୍ଷା କରିଛୁ। ୬୦ ବର୍ଷ ଶାସନ ଭିତରେ କଂଗ୍ରେସ ଗରିବ ହଟାଓ ସ୍ଲୋଗାନ ଦେଇ ଆସିଛି। ମାତ୍ର କେବଳ ନିଜର ସ୍ୱାର୍ଥ ନିମନ୍ତେ ଗୁଡ଼ାଏ ଅନୁଷ୍ଠାନ ଖୋଲିଛି। କଂଗ୍ରେସର ଏହି ଦୀର୍ଘ ବର୍ଷ ଶାସନ ଭିତରେ ଯାହା କରିପାରିନି, ବିଜେପି ୯ ବର୍ଷର ସୁଶାସନରେ ତାହା କରି ଦେଖାଇଛି। ଦେଶର ଅର୍ଥନୀତିକୁ ସର୍ବୋଚ୍ଚସ୍ତରରେ ପହଞ୍ଚାଇବା ନିମନ୍ତେ କାମ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍‌ ଇଣ୍ଡିଆ ଲକ୍ଷ୍ୟକୁ ଦେଖିଲେ ଦେଶର ଭବିଷ୍ୟତ ଖୁବ୍‌ ଉଜ୍ୱଳ।

Advertisment

ଏହି ଅବସରରେ ଗଡ଼କରୀ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ କଟାଇଥିବା ଦିନଗୁଡ଼ିକୁ ମନେ ପକାଇଥିଲେ। ଛାତ୍ର ଅବସ୍ଥାରେ ଆରଏସ୍‌ଏସ୍‌ର ଶାଖା ଏବିଭିପିରେ କାମ କରିବା ବେଳେ କିପରି କାମ କରିବାକୁ ପଡ଼ୁଥିଲା ତାହା ଉଲ୍ଲେଖ କରିଥିଲେ।

Bjp Bjp Politics Nitin Gadkari