Advertisment

ଗୃହବନ୍ଦୀ ହେବାରୁ ଫି' ଦେବେ ୧.୬୪ କୋଟି

୨୦୨୨ ଠାରୁ ଗୌତମ ନବଲଖା ମୁମ୍ବାଇର ଏକ ସାର୍ବଜନୀନ ଲାଇବ୍ରେରୀରେ ଗୃହବନ୍ଦୀ ଅଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
gautam-navlakha

gautam-navlakha

ଆପଣ ନିଜେ ଗୃହବନ୍ଦୀ ହେବା ପାଇଁ ଦାବି କରିଥିଲେ। ମହାରାଷ୍ଟ୍ର ସରକାରଙ୍କ ପୁଲିସ ଦ୍ୱାରା ଆପଣଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ଏହି ସମୟରେ ସୁରକ୍ଷାରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କ ବାବାଦକୁ ୧ କୋଟି ୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଆପଣଙ୍କୁ ହିଁ ଦେବାକୁ ପଡିବ। ଭୀମ କୋରେଗାଁଓ ହିଂସା ମାମଲାରେ ଅଭିଯୁକ୍ତ ଥିବା ଏଲଗାର ପରିଷଦ ମୁଖ୍ୟ ଗୌତମ ନବଲଖାଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ମଙ୍ଗଳବାର ସୁପ୍ରିମକୋର୍ଟ ଗୌତମ ନବଲଖାଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଙ୍କୁ ହିଁ ଗୃହବନ୍ଦୀ ସମୟରେ ହୋଇଥିବା ଖର୍ଚ୍ଚ ବହନ କରିବାକୁ ପଡିବ। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିବା ପୁଲିସ କର୍ମଚାରୀଙ୍କ ଖର୍ଚ୍ଚକୁ ସେ ଏଡାଇ ପାରିବେ ନାହିଁ। କାରଣ ନବଲଖା ନିଜେ ହିଁ ଗୃହବନ୍ଦୀ ହେବା ପାଇଁ ଦାବି କରିଥିଲେ।

ଗୃହବନ୍ଦୀ ରହିବା ସମୟରେ ନବଲଖାଙ୍କ ପାଇଁ ୧.୬୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଟଙ୍କା ତାଙ୍କୁ ହିଁ ଦେବାକୁ ପଡିବ ବୋଲି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହାର ଶୁଣାଣି କରି ଜଷ୍ଟିସ୍‌ ଏମ୍‌.ଏସ୍‌ ସୁନ୍ଦରେଶ ଓ ଜଷ୍ଟିସ ଏସ୍‌.ଭି.ଏନ୍‌ ଭଟ୍ଟିଙ୍କ ବେଞ୍ଚ ଆପଣ ଦାବି କରିଥିଲେ, ତେଣୁ ଆପଣ ହିଁ ଏହି ଟଙ୍କା ଦେବେ। ନିଜ ଦାୟିତ୍ୱରେ ଆପଣ ଓହରି ପାରିବେ ନାହିଁ ବୋଲି କହିଛନ୍ତି।

Advertisment

ଏନଆଇଏର ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ କହିଛନ୍ତି, "ଗୃହବନ୍ଦୀ ସମୟରେ ତାଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟା ଧରି ବହୁ ସଂଖ୍ୟକ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ। ନବଲଖା ପୂର୍ବରୁ ୧୦ଲକ୍ଷ ଟଙ୍କା ଦେଇଥିଲେ ଏବଂ ବର୍ତ୍ତମାନ ସେ ଆଉ ଦେୟ ଦେଉନାହାଁନ୍ତି। ଖର୍ଚ୍ଚ ଦିନକୁ ଦିନ ବଢ଼ି ଚାଲିଛି। ସେ ଏଥିରୁ ବର୍ତ୍ତି ପାରିବେ ନାହିଁ। "

ନବଲାଖାଙ୍କ ଓକିଲ ଖର୍ଚ୍ଚ ବହନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଏହି ଟଙ୍କା ରାଶିକୁ ନେଇ ଆପତ୍ତି ଉଠାଇଛନ୍ତି। ଜୋର ଜବରଦସ୍ତି ତାଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି।

କହିରଖୁ ଯେ, ୨୦୨୨ ଠାରୁ ନବଲଖା ମୁମ୍ବାଇର ଏକ ସାର୍ବଜନୀନ ଲାଇବ୍ରେରୀରେ ନଜରବନ୍ଦୀ ଅଛନ୍ତି। ଅଗଷ୍ଟ ୨୦୧୮ରେ ଗିରଫ ହୋଇଥିବା ନବଲଖା ମହାରାଷ୍ଟ୍ରର ତାଲୋଜା ଜେଲରେ ନ୍ୟାୟିକ ହେପାଜତ ବଦଳରେ ତାଙ୍କୁ ଘରେ ଗୃହବନ୍ଦୀ ଭାବେ ରଖିବାକୁ ଅନୁରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ୨୦୨୨ ନଭେମ୍ବର ୧୦ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସୁପ୍ରିମକୋର୍ଟ ନବଲଖାଙ୍କୁ ଗୃହବନ୍ଦୀ ରଖିବାକୁ ଅନୁମତି ଦେଇଥିଲେ।

Supreme Court Nia Goutam Navlakha House Arrest