Advertisment

କେନ୍ଦ୍ରକୁ ଆହ୍ୱାନ, କୋଷ୍ଟଗାର୍ଡରେ ବି ମହିଳାଙ୍କୁ ନିଯୁକ୍ତି ଦିଅ

ନାରୀ ସଶକ୍ତିକରଣର କଥା କହୁଛ, ମହିଳା କୋଷ୍ଟଗାର୍ଡ ନିଯୁକ୍ତିରେ ମଧ୍ୟ ସମାନ ଆଭିମୁଖ୍ୟ ପୋଷଣ କର।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ଭାରତୀୟ ସେନାରେ ମହିଳାମାନଙ୍କୁ ସ୍ଥାୟୀ ଆୟୋଗ (Permanent Commission To Woman) ଭାବରେ ମହିଳା ଅଧିକାରୀ ନିଯୁକ୍ତି ପାଇଁ ଚାଲିଥିବା ନ୍ୟାୟିକ ପ୍ରକ୍ରିୟା ମଧ୍ୟରେ ମହିଳା କୋଷ୍ଟଗାର୍ଡ ନିଯୁକ୍ତି କଥା ମୁଣ୍ଡ ଟେକିଛି। ଭାରତୀୟ ସେନାରେ ମହିଳା ଅଧିକାରୀ ନିଯୁକ୍ତି ବିଚାର ଚାଲିଥିବା ବେଳେ ସୁପ୍ରିମକୋର୍ଟ କହିଛନ୍ତି, କୋଷ୍ଟଗାର୍ଡରେ ମଧ୍ୟ ମହିଳାମାନଙ୍କ ନିଯୁକ୍ତି ହେଉ।

Advertisment

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, "ତଟରକ୍ଷୀ ବାହିନୀ ପ୍ରତି ଆପଣଙ୍କର ଏପରି ଉଦାସୀନ ମନୋଭାବ କାହିଁକି? ତଟରକ୍ଷୀ ବାହିନୀରେ କାହିଁକି ମହିଳାମାନଙ୍କୁ ଚାହୁଁନାହାଁନ୍ତି?" 

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, "ଯଦି ମହିଳାମାନେ ସୀମା ସୁରକ୍ଷା କରିପାରିବେ, ତେବେ ସେମାନେ ଉପକୂଳର ସୁରକ୍ଷା ମଧ୍ୟ କରିପାରିବେ। ଆପଣ 'ମହିଳା ସଶକ୍ତିକରଣ' କଥା କହୁଛନ୍ତି। ବର୍ତ୍ତମାନ ଏ କ୍ଷେତ୍ରରେ (କୋଷ୍ଟଗାର୍ଡ)ରେ ମଧ୍ୟ କାର୍ଯ୍ୟକାରୀ କରିଦେଖାନ୍ତୁ।"

Advertisment

ପ୍ରିୟଙ୍କା ତ୍ୟାଗୀ, ଯିଏକି କୋଷ୍ଟଗାର୍ଡର ପ୍ରଥମ ଅଲ୍-ୱମେନ୍ କ୍ରୁର ସଦସ୍ୟ ଥିଲେ, ସେ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି। ସେ ଭାରତୀୟ ସେନାରେ ପୁରୁଷମାନେ ଯେପରି ସ୍ଥାୟୀ ଆୟୋଗ ଭାବେ ନିଯୁକ୍ତ ହେଉଛନ୍ତି ମହିଳାମାନଙ୍କୁ ମଧ୍ୟ ସ୍ଥାୟୀ ଆୟୋଗ (Permanent Commissioner) ଭାବେ ନିଯୁକ୍ତ କରାଯାଉ ବୋଲି ଆବେଦନ କରିଛନ୍ତି। 

ତାଙ୍କ ପକ୍ଷରୁ ସିନିୟର ଆଡଭୋକେଟ୍ ଅର୍ଚ୍ଚନା ପାଠକ ଦାଭେ ଅଦାଲତଲତରେ ଯୁକ୍ତି ବାଢି ସମାନତାର ମୌଳିକ ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ସେନା ପରି ତଟରକ୍ଷୀ ବାହିନୀରେ ମହିଳାଙ୍କୁ ପଦୋନ୍ନତି ମିଳିବାର ଆବଶ୍ୟକତା ରହିଛି ଏବଂ ତଟରକ୍ଷୀ ବାହିନୀରେ ମହିଳାମାନଙ୍କୁ ଅଧିକାରୀ ହେବାର ସୁଯୋଗ ଦିଆଯିବା ଉଚିତ୍।

ଏ ମାମଲା ଉପରେ ବିଚାର କରିବା ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ମହିଳା କୋଷ୍ଟଗାର୍ଡ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଆହ୍ୱାନ କରିଛନ୍ତି। ଯଦି ମହିଳାମାନେ ସୀମା ସୁରକ୍ଷା କରିପାରିବେ, ତେବେ ସେମାନେ ଉପକୂଳର ସୁରକ୍ଷା ମଧ୍ୟ କରିପାରିବେ ବୋଲି କହିଛନ୍ତି। ତେଣୁ ନାରୀ ସଶକ୍ତିକରଣର କଥା କହୁଥିବା କେନ୍ଦ୍ର ସରକାର ଏଠାରେ ମଧ୍ୟ ସମାନ ଆଭିମୁଖ୍ୟ ପୋଷଣ କରନ୍ତୁ ବୋଲି ଅଦାଲତ କହିଛନ୍ତି। 

Supreme Court Women Power Chief Justice Centre Coast Guard