Advertisment

ମଇଁଷିର ଦାମ ୨୩ କୋଟି, ଦିନକୁ ଖାଉଛି ୨୦ଟି ଅଣ୍ଡା

ମଇଁଷି ଅନମୋଲ ପ୍ରତିଦିନ ୨୫୦ ଗ୍ରାମ ପେସ୍ତା ବାଦମ, ୩୦ଟି କଦଳୀ, ୪ କେଜି ଡାଲିମ୍ବ, ୫ ଲିଟର କ୍ଷୀର ଓ ୨୦ଟି ଅଣ୍ଡା ଖାଉଛି।

Buffalo

Buffalo

Advertisment

ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଚକିତ ହେଉଥିବେ। ମଇଁଷି କ’ଣ ସତରେ ଅଣ୍ଡା ଖାଉଛି। ଆଜ୍ଞ ହଁ, କଥାଟା ପୂରା ସତ। ହରିୟାଣାରେ ଏମିତି ଏକ ବିଶାଳକାୟ ମଇଁଷି ରହିଛି ଯାହାର ଦାମ ହେଉଛି ୨୩ କୋଟି ଟଙ୍କା। ସେ ଦିନକୁ ପ୍ରାୟ ୨୦ଟି ଅଣ୍ଡା ମଧ୍ୟ ଖାଉଛି।

Advertisment

ଉକ୍ତ ମଇଁଷର ନାଁ ମାଲିକ ରଖିଛନ୍ତି ଅନମୋଲ। ତା’ର ଓଜନ ୧୫୦୦ କେଜି। ବର୍ତ୍ତମାନ ପୁଷ୍କକର ମେଳା ଓ ମୀରଟରେ ହେଉଥିବା ସର୍ବଭାରତୀୟ କୃଷକ ମେଳାରେ ଅନମୋଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ନିଜର ଆକାର ଓ ବ୍ରିଡିଂ କ୍ଷମତା ପାଇଁ ଅନମୋଲ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନମୋଲର ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ଏହାର ମାଲିକ ପ୍ରବଳ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ମଇଁଷିକୁ ପାଳିଥିବା ଗିଲ ନାମକ ବ୍ୟକ୍ତି ଦିନକୁ କେବଳ ଖାଇବାରେ ୧୫ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନମୋଲକୁ ସୁସ୍ଥ ଓ ଶକ୍ତିଶାଳୀ ରଖିବା ପାଇଁ ଗିଲ ସବୁଦିନ ତା’କୁ ଡ୍ରାଏ ଫ୍ରୁଟ୍ସ ଓ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦେଉଛନ୍ତି।

Advertisment

ମଇଁଷି ଅନମୋଲ ପ୍ରତିଦିନ ୨୫୦ ଗ୍ରାମ ପେସ୍ତା ବାଦମ, ୩୦ଟି କଦଳୀ, ୪ କେଜି ଡାଲିମ୍ବ, ୫ ଲିଟର କ୍ଷୀର ଓ ୨୦ଟି ଅଣ୍ଡା ଖାଉଛି। ଏହାବାଦ ସେ ତୈଳ ଯୁକ୍ତ କେକ, ସବୁଜ ପନିପରିବା, ଘିଅ, ସୋୟାବିନ ଓ ମକା ମଧ୍ୟ ଖାଇଥାଏ। ଏପରି ଖାଦ୍ୟ ଦେଇ ଗିଲ ତା’କୁ ସବୁବେଳେ ବ୍ରିଡିଂ ଓ ମେଳାରେ ପ୍ରଦର୍ଶିତ କରିବା ପାଇଁ ପ୍ରସ୍ତୁତ କରି ରଖିଛନ୍ତି।

ଗିଲଙ୍କ କହିବା କଥା ଯେ ସେ ଅନମୋଲକୁ ଦୁଇ ଥର ଗାଧୋଇ ଦିଅନ୍ତି। ତା’ ଦେହରେ ସବୁଦିନ ପେସ୍ତା ବାଦମ ଓ ସୋରିଷ ତେଲକୁ ମିଶାଇ ସେ ମାଲିସ କରନ୍ତି। ଅନମୋଲ ପାଇଁ ଗିଲଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲେ ହେଁ ସେ କେବେ ହେଲେ ଏଥିରେ ବୁଝାମଣା କରି ନାହାନ୍ତି। ଅନମୋଲର ରକ୍ଷାଣବେକ୍ଷଣ ପାଇଁ ସେ ତା’ର ମା’ ଓ ଭଉଣୀକୁ ମଧ୍ୟ ବିକ୍ରି କରିଦେଇଥିଲେ। ଅନମୋଲର ମା’ ଦୈନିକ ୨୫ ଲିଟର କ୍ଷୀର ଦେଉଥିଲା।

ଅନମୋଲର ସିମେନର ଚାହିଦା ଢେର ଅଧିକ। ସପ୍ତାହକୁ ଗିଲ ଦୁଇ ଥର ଅନମୋଲର ସିମେନ ସଂଗ୍ରହ କରନ୍ତି। ଏହାଦ୍ୱାରା ଗିଲ ମାସକୁ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା ପାଆନ୍ତି।

ଏହି ଟଙ୍କାରେ ସେ ଅନମୋଲ ପାଇଁ ଖାଦ୍ୟ କିଣନ୍ତି। ଏବେ ମାର୍କେଟରେ ଅନମୋଲର ଦାମ ୨୩ କୋଟିରେ ପହଞ୍ଚିଛି। କିନ୍ତୁ ଗିଲ ଏହାକୁ ବିକ୍ରି କରିବାକୁ ଆଦୌ ମନବଳାଇ ନାହାନ୍ତି। ସେ ଅନମୋଲକୁ ନିଜ ପରିବାର ସଦସ୍ୟ ଭାବେ ରଖିଛନ୍ତି।

Haryana News Buffalo Milk
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe