/odisha-reporter/media/post_attachments/uploadimage/library/16_9/16_9_0/arrest_1674452139.jpg)
arrest
ବାଲ୍ୟ ବିବାହକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଚେତାବନୀ ଦେବା ପରେ ରାଜ୍ୟରେ ଏଯାଏଁ ୧୮୦୦ ଜଣଙ୍କୁ ଗିରଫ କରାଗଲାଣି। ବାଲ୍ୟ ବିବାହ ଆଇନକୁ ଉଲ୍ଲଂଘନ କରି ଯେଉଁମାନେ ୧୮ ବର୍ଷରୁ କମ୍ ଯୁବତୀଙ୍କୁ ବିବାହ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବାଲ୍ୟ ବିବାହ ମାମଲାରେ ରାଜ୍ୟ ପୁଲିସକୁ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ଆସାମ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିବାହ ଯୋଗ୍ୟ ବୟସ ହୋଇ ନଥିବା କିମ୍ବା ନାବାଳିକାକୁ ବିବାହ କରୁଥିବା ହଜାର ହଜାର ଯୁବକଙ୍କୁ ଗିରଫ କରାଯିବ ବୋଲି ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବାଲ୍ୟ ବିବାହ ନେଇ ୪୦୦୪ଟି ମାମଲା ରୁଜୁ ହୋଇଛି । ଟ୍ୱିଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସାମ ପୋଲିସ ରାଜ୍ୟରେ ବାଲ୍ୟ ବିବାହର ୪୦୦୪ଟି ମାମଲା ରୁଜୁ କରିଥିଲା । ଏଥିପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି ।
ସେ ଆହୁରି କହିଛନ୍ତି, ଆଗାମୀ ୫ରୁ ୬ ମାସ ଏଭଳି ଅନେକ ସ୍ୱାମୀମାନଙ୍କୁ ଗିରଫ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଆସାମ ପୋଲିସ ସାରା ରାଜ୍ୟରେ ୪,୦୦୪ ମାମଲା ରୁଜୁ କରିଛି ଏବଂ ଆଗାମୀ ଦିନରେ ଅଧିକ ପୋଲିସ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଫେବୃଆରୀ ୩ ରୁ ସମସ୍ତ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ସେଥିପାଇଁ ସମସ୍ତଙ୍କର ସହଯୋଗ ଅନୁରୋଧ କରାଯାଉଛି।
ବିଶ୍ୱା ଶର୍ମା ଆହୁରି କହିଥିଲେ ଯେ ମହିଳାଙ୍କ ବିବାହର ଆଇନଗତ ବୟସ ହେଲା ୧୮ ବର୍ଷ। କମ୍ ବୟସର ଝିଅଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି, ଅନେକ ବ୍ୟକ୍ତିଙ୍କୁ ଏଥିପାଇଁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ ବୋଲି ସେ କହିଥିଲେ। କମ୍ ବୟସରେ ବିବାହ ଏବଂ ମାତୃତ୍ୱକୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଛନ୍ତି ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
