Advertisment

ଘରେ ଜଳୁଛି ଗୋଟିଏ ବଲ୍‌ବ, ମାସକୁ ବିଲ୍‌ ଲକ୍ଷେ ଟଙ୍କା

ମେ’ ମାସ ବିଲ୍ ଦେଖି ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା। କାରଣ ଉକ୍ତ ମାସ ତାଙ୍କ ନିକଟରୁ ଆସିଥିବା ବିଲ୍‌ର ପରିଣାମ ୧,୦୩,୩୧୩ ଟଙ୍କା ଥିଲା।

Old Woman

Old Woman

Advertisment

ଘରେ ପଶିଗଲେ ବାଜିବ ଚାଳ । ଘରେ ଭିତରେ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଥିବା ବେଳେ ଜଳୁଛି ଗୋଟିଏ ବଲ୍‌ବ। ମାତ୍ର ଏହି ଗୋଟିଏ ବଲ୍‌ବ ପାଇଁ ମେ’ ମାସରେ ଆସିଛି ଲକ୍ଷେ ଟଙ୍କାର ବିଦ୍ୟୁତ୍‌ ବିଲ୍‌। ଏହି ବିଲ୍‌ ଦେଖି ଘରେ ରହୁଥିବା ୯୦ ବର୍ଷୀୟା ବୃଦ୍ଧାଙ୍କ ଆଖିରୁ ଲୁହ ଝରି ପଡ଼ିଥିବା ବେଳେ କ’ଣ କରିବା କିଛି ବୁଦ୍ଧିବାଟ ପାଇ ନ ଥିଲେ। ଏପରି ଏକ ଘଟଣା କର୍ଣ୍ଣାଟକାର କୋପଲ ତାଲୁକ ଅଞ୍ଚଳରେ ଘଟିଛି।

Advertisment

ଏହି ଅଞ୍ଚଳରେ ଗିରିଜାମ୍ମା ନାମ୍ନୀ ବୃଦ୍ଧା ଏକ ଝୁମ୍ପୁଡ଼ି ଘରେ ଏକୁଟିଆ ରୁହନ୍ତି। ତାଙ୍କ ଘର ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ଘରେ କେବଳ ଏକ ବଲ୍‌ବ  ଜଳୁଥିବା ବେଳେ ଫ୍ୟାନ ଗୋଟିଏ ବି ନାହିଁ। ଦିନକୁ ଦୁଇ ଓଳି ଖାଇବା ଯୋଗାଡ଼ କରିବା ଗିରିଜାମ୍ମାଙ୍କ ନିମନ୍ତେ କଷ୍ଟକର ହୋଇଥିବା ବେଳେ ବିଦ୍ୟୁତ୍‌ ବିଲ୍‌ ମାସକୁ ପ୍ରାୟତଃ ୭୦-୮୦ ଟଙ୍କା ହୋଇଥାଏ।

ମାତ୍ର ମେ’ ମାସ ବିଲ୍ ଦେଖି ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା। କାରଣ ଉକ୍ତ ମାସ ତାଙ୍କ ନିକଟରୁ ଆସିଥିବା ବିଲ୍‌ର ପରିଣାମ ୧,୦୩,୩୧୩ ଟଙ୍କା ଥିଲା। ଏତେ ଟଙ୍କା କେଉଁଠୁ ଆଣି ଦେବେ ତାହା ଗିରିଜାମ୍ମା କିଛି ବୁଝି ପାରି ନ ଥିଲେ।

Advertisment

ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟର ଶକ୍ତି ମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟୁତ୍‌ ବିଭାଗର ବରିଷ୍ଠ ଅଧିକାରୀ ଗିରିଜାମ୍ମାଙ୍କ ଘରକୁ ଯାଇ ମିଟରରେ ଯାନ୍ତ୍ରୀକ ତ୍ରୁଟି ଥିବା ଜାଣିବାକୁ ପାଇଛନ୍ତି। ଏନେଇ ସେମାନେ ରିପୋର୍ଟ ଦେବା ପରେ ମନ୍ତ୍ରୀ ଗିରିଜାମ୍ମାଙ୍କ ମେ’ ମାସର ବିଦ୍ୟୁତ୍‌ ବିଲ୍‌ ଛାଡ଼ କରିଛନ୍ତି। ଏଥିସହ ତୁରନ୍ତ ତାଙ୍କ ମିଟରକୁ ସଜାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Karnataka Old Age Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe