Gas Leak
ଆନ୍ଧ୍ର ପ୍ରଦେଶର ଅଙ୍କାପାଲ୍ଲି ଜିଲ୍ଲାରେ ବଡ଼ ଅଘଟଣ ଘଟିଛି। ଏଠାରେ ଥିବା ଗୋଟିଏ ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ ଲିକ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁସାରେ, ହାଇଡ୍ରୋକ୍ଲୋରିକ ଓ କ୍ଲୋରିନ ବିଷାକ୍ତ ଗ୍ୟାସ ସହ ମିଶ ଲିକ ହୋଇଛି। ଅଙ୍କାପାଲ୍ଲିର ପାରାୱାଡା ସ୍ଥିତ ଟାଗୋର ଲ୍ୟାବରେ ଏପରି ଘଟଣା ଘଟିଛି। ଗ୍ୟାସ ଲିକ ଯୋଗୁ ଲ୍ୟାବରେ କାମ କରୁଥିବା ୧୧ ଜଣ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ।
ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଜଣଙ୍କ ମୃତ୍ୟୁ ହୋଇଛି। ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏବେ ଆଉ ୮ ଜଣଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି।
ଏବେ ଲ୍ୟାକୁ ଅଗ୍ନିଶମ ବାହିନୀ ତରଫରୁ ଯାଞ୍ଚ କରାଯାଉଛି। ସେହିପରି ଲ୍ୟାବରେ ଆଉ କୌଣସି ଗ୍ୟାସ ଲିକ ଜନିତ ବିପଦ ନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gas_Leak_1732712036.jpg)