Advertisment

ନିର୍ବନ୍ଧରେ ଯୋଗଦେବାକୁ ଯାଉଥିଲେ; ଟ୍ରକ୍ ଧକ୍କାରେ ଜଣେ ମୃତ, ୯ ଗୁରୁତର

ନିର୍ବନ୍ଧ ଉତ୍ସବକୁ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
representational image

representational image

ନିର୍ବନ୍ଧ ଉତ୍ସବକୁ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଆଜି ରାଜସ୍ଥାନର ଜୟପୁର-ବିକାନର ଜାତୀୟ ରାଜପଥରେ ଯାତ୍ରୀବାହି ଭ୍ୟାନ୍‌କୁ ଏକ ଟ୍ରକ୍‌ ଧକ୍କା ଦେବାକୁ ଏଭଳି ଦୁଃଖଦ ଘଟଣା ଘଟିଛି। ଏକ ମହିଳା ଗୋଷ୍ଠୀଙ୍କ ସମେତ ଜଣେ ଶିଶୁ ନିର୍ବନ୍ଧ ଉତ୍ସବରେ ଯୋଗ ଦେବା ପାଇଁ ଭ୍ୟାନ୍‌ରେ ଫତେହପୁରରୁ ସିକ୍‌ର ଯାଉଥିଲେ।

Advertisment

ଜଣେ ବରିଷ୍ଠ ମହିଳାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୯ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଫତେପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ସିକରରେ ଥିବା କଲ୍ୟାଣ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ଜୋରଗତିରେ ଆସିଥିବା ଏକ ଟ୍ରକ୍ ଏହି ଭ୍ୟାନ୍‌କୁ ଧକ୍କା ଦେଇ ଚାଲି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଧରି ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Advertisment

ସେହିପରି ଶୁକ୍ରବାର ଝାରଖଣ୍ଡର ଧାନବାଦରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛି। ଏମାନେ ଏକ ବାଇକ୍‌ରେ ଯାଉଥିବା ବେଳେ ଦୃତଗତିରେ ଯାଇଥିବା କାର୍‌ ଆସି ଧକ୍କା ଦେଇଥିଲା। କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟାର ନିଦାନ ନିମନ୍ତେ ଡାକ୍ତର ଦେଖାଇବା ପରେ ତିନିହେଁ ଘରକୁ ବାଇକ୍‌ରେ ଫେରୁଥିଲେ। ଏହି ସମୟରେ ରାସ୍ତା ଦୁର୍ଘଟଣା ଘଟିଥିଲା। ମୃତକଙ୍କ ସମ୍ପର୍କିୟ କହିବା ମୁତାବକ, ରାସ୍ତାରେ ଦୁଇଟି ଫଚ୍ୟୁନର କାର୍‌ ପରସ୍ପର ଭିତରେ ରେସ୍‌ କରୁଥିବା ବେଳେ ଗୋଟିଏ କାର୍‌ ବାଇକ୍‌ରେ ଯାଉଥିବା ତିନିଜଣଙ୍କୁ ଧକ୍କା ଦେଇଥିଲା। କାର୍‌ ଧକ୍କାରେ ବାଇକେ ଥିବା ତିନିହେଁ ପ୍ରାୟ ୧୦୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ। ଯେଉଁଥିବେ ଦୁଇ ଜଣ ପ୍ରାଣ ହରାଇଛନ୍ତି, ତାଙ୍କ ପୁଅ ଅବସ୍ଥା ସଙ୍କଟାପନ୍ନ ରହିଛି।

Rajasthan Jharkhand Road Accident