Advertisment

ପୁଣି ପ୍ରକୃତିର ତାଣ୍ଡବ: ବାଦଲ ଫଟା ବର୍ଷା ପରେ ପାହାଡ଼ରୁ ମାଡ଼ି ଆସିଲା ବନ୍ୟା

ପାହାଡ଼ରୁ ଆସିଥିକା କାଦୁଅ ମିଶା ଭୟଙ୍କର ବନ୍ୟା ଯୋଗୁ ସହରର ରାସ୍ତାଘାଟକୁ ଅସ୍ଥାୟୀ ପୋଖରୀରେ ପରିଣତ କରି ଦେଇଛି।

author-image
Hemant Lenka
Flood

Flood

ପୁଣିଥରେ ଦେବଭୂମି ଉତ୍ତରାଖଣ୍ଡରେ ପ୍ରକୃତି ରଚିଛି ତାଣ୍ଡବ। ବାଦଲଫଟା ବର୍ଷା ସାଙ୍ଗକୁ କାଦୁଅ ମିଶା ଅଚାନକ ବନ୍ୟାରେ ଛିନଛତ୍ର ହୋଇଛି ଚାମୋଲି। ବାଦଲ ଫଟା ବର୍ଷା ପରେ ପାହାଡ଼ ଧସି ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ଜଣଙ୍କ ଜୀବନ ନେଇଛି। ଅନେକ ଲୋକ ନିଖୋଜ ହୋଇଯାଥିବା ବେଳେ ଶହଶହ ଘର ଓ ଦୋକାନ ବଜାର ମାଟିରେ ମିଶି ଯାଇଛି। ମାଟି ତଳକୁ ଏବେ ଜୀବନ ଖୋଜା ଚାଲିଛି। ଗତ ରାତିରେ ଏଭଳି ସ୍ଥିତି ପୂରା ରାଜ୍ୟର ନିଦ ହଜାଇ ଦେଇଛି।

Advertisment

କାଦୁଅର ଆସ୍ତରଣ ପୂରା ଅଞ୍ଚଳକୁ ଢାଙ୍କି ରଖିଥିବା ବେଳେ ଏହା ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। କିଛି ଘରଦ୍ୱାର ସଂପୂର୍ଣ୍ଣ ଭାସି ଯାଇଥିବା ବେଳେ ଅନେକ ବିଲଡିଂ କାଦୁଅ ପଙ୍କରେ ପୋତି ହୋଇଯାଇଛି।

ପ୍ରଶାସନର ସୂଚନା ଅନୁଯାୟୀ ଥରାଲି ମାର୍କେଟ୍ ଏରିଆ, କୋଟଦୀପ ଓ ଥରାଲି ତହସିଲ କଂପ୍ଲେକ୍ସ ପଙ୍କରେ ସଂପୂର୍ଣ୍ଣ ଭାବେ ପୋତି ହୋଇଯାଇଛି। ତହସିଲ କମ୍ପ୍ଲେକ୍ସରେ ରହିଥିବା ଅନେକ ସରକାରୀ ଗାଡ଼ି ଧ୍ୱଂସାବଶେଷ ତଳେ ଫସି ଯାଇଛି। ବାସଭବନ, ଦୋକାନ ବଜାର, ସାଧାରଣ ଲୋକଙ୍କ ଗାଡ଼ି ଭୟଙ୍କର ବନ୍ୟାରୁ ବର୍ତ୍ତି ନାହାନ୍ତି। ଏପରିକି ସ୍ଥାନୀୟ ଏସଡିଏମଙ୍କ ବାସଭବନକୁ ମଧ୍ୟ କାଦୁଅ ଢାଙ୍କି ଦେଇଛି।

Advertisment

ପାହାଡ଼ରୁ ଆସିଥିକା କାଦୁଅ ମିଶା ଭୟଙ୍କର ବନ୍ୟା ଯୋଗୁ ସହରର ରାସ୍ତାଘାଟକୁ ଅସ୍ଥାୟୀ ପୋଖରୀରେ ପରିଣତ କରି ଦେଇଛି। ସ୍ଥାନୀୟ ସାଗୱର ଗାଁରେ ଜଣେ ଯୁବତୀ ଧ୍ୱଂସାବଶେଷ ତଳେ ଚାପି ପ୍ରାଣ ହରାଇଛନ୍ତି। ଲୋକମାନେ ଭୟରେ ସେମାନଙ୍କ ଘରୁ ଅନ୍ୟତ୍ର ଚାଲି ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।

ଚେପଡାନୋ ମାର୍କେଟରେ ଥିବା କିଛି ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଖବର ମିଳିଛି। ରାସ୍ତ ଉପରେ ମାଟି ଓ କାଦୁଅ ପଡ଼ି ରହିଥିବାରୁ ମିଙ୍ଗେଡେରା ନିକଟରେ ଥରାଲି-ଗୱାଲଡାମ ରାସ୍ତା ବନ୍ଦ ହୋଇଯାଇଛି।

ଥରାଲି-ସାଗୱାରା ରାସ୍ତା ବନ୍ଦ ରହିଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଏନଡିଆରଏଫ ଓ ଏସଡିଆରଙ୍କ ବ୍ୟତୀତ ଭାରତୀୟ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି।

Flash Flood Uttarakhand