Advertisment

ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର

ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

author-image
Madhupriya Mistry
Boat Capsizes

Boat Capsizes

ବଡ଼ ଦିନରେ ବଡ଼ ଦୁର୍ଘଟଣା। ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗୋଆର କଲଙ୍ଗଟ ସମୁଦ୍ର କୂଳରେ ଏହି ଦୁର୍ଘଟଣା ଘଟିଛି।

Advertisment

ଏଠାରେ ବୁଧବାର ଖ୍ରୀଷ୍ଟମାସ ଉତ୍ସବ ପାଳନ ଚାଲିଥିବା ବେଳେ ଆରବ ସାଗରରେ ଏକ ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ି ଯାଇଥିଲା। ମଧ୍ୟାହ୍ନ ୨ଟା ସମୟରେ ଦୁର୍ଘଟଣା ଘଟିଥିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ ଏହି ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଦୁଇ ଜଣ ଯାତ୍ରୀଙ୍କୁ ଛାଡି ଅନ୍ୟ କେହି ବି ଯାତ୍ରୀ ଲାଇଫ ଜ୍ୟାକେଟ୍‌ ପିନ୍ଧି ନଥିଲେ। ଏହି ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରେ ଛଅ ବର୍ଷର ଶିଶୁ ଓ ମହିଳା ମଧ୍ୟ ସାମିଲ ଥିଲେ ବୋଲି ପୁଲିସ ଅଧିକାରୀ କହିଛନ୍ତି।

Advertisment

ଡ଼ଙ୍ଗାରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ଖେଡ ଅଞ୍ଚଳରୁ ଗୋଟିଏ ପରିବାରର ୧୩ ଜଣ ସଦସ୍ୟ ସାମିଲ ଥିଲେ। ଅଧିକାରୀଙ୍କ କହିବାନୁସାରେ, ଡ଼ଙ୍ଗାଟି ବୁଡ଼ିଯିବାର ଦେଖି ଦ୍ରଷ୍ଟୀ ମେରାଇନ୍‌ର ଜଣେ କର୍ମଚାରୀ ସାହାଯ୍ୟ କରିବାକୁ ଦୌଡ଼ିଯାଇ ବ୍ୟାକଅପ୍ ଡାକିଥିଲେ।

ସରକାରୀ ନିଯୁକ୍ତ ଲାଇଫ ବୋଟ ଏଜେନ୍ସି ଦ୍ରଷ୍ଟୀ ମେରାଇନ୍‌ର ମୁଖପାତ୍ର କହିଛନ୍ତି ଯେ ଘଟଣା ପରେ ତୁରନ୍ତ ୧୮ ଜଣ ଡ୍ୟୁଟିରେ ଥିବା ଲାଇଫବୋଟ୍ ସଂଘର୍ଷ କରୁଥିବା ଯାତ୍ରୀଙ୍କୁ ସାହାଯ୍ୟ କରି ସେମାନଙ୍କୁ ସୁରକ୍ଷିତ କୂଳକୁ ଆଣିଥିଲେ।

Goa Boat Capsizes