Advertisment

ଜବରଦଖଲ ଉଚ୍ଛେଦ ବେଳେ ଟେକାପଥର ମାଡ଼; ଜଣେ ମୃତ, ୫ ପୁଲିସ କର୍ମଚାରୀ ଆହତ

ଜମି ଜବତଦଖଲକାରୀଙ୍କୁ ନୋଟିସ୍‌କୁ ନେଇ ଗୁଜୁରାଟରରେ ଲଙ୍କାକାଣ୍ଡ।

ଅଦ୍ୟତନ ହୋଇଛି
The incident occurred on Friday nigh

The incident occurred on Friday nigh

Advertisment

ଜୁନାଗଡ଼: ଜବରଦଖଲ ଉଚ୍ଛେଦ ବେଳେ ପ୍ରଶାସନିକ ଟିମ୍‌ ସହ ହାତାହାତି ହେବାରୁ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଲୋକଙ୍କ ଟେକାପଥର ମାଡ଼ରେ ଶୃଙ୍ଖଳାରକ୍ଷା ନିମନ୍ତେ ମୁତୟନ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗୁଜୁରାଟର ଜୁନାଗଡ଼ ଅଞ୍ଚଳରେ ଗତରାତିରେ ଏହି ଘଟଣା ଘଟିଛି। ଉତ୍ତ୍ୟକ୍ତ ଲୋକେ ଟେକାପଥର ମାଡ କରିବା ସାଙ୍ଗକୁ ଏକ ଗାଡ଼ିକୁ ମଧ୍ୟ ଜାଳି ଦେଇଛନ୍ତି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତାହତ ନେଇ ଆଜି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି।

Advertisment

ଜୁନାଗଡ଼ ସହରର ମାଜେଭାଦି ଦରୱାଜାରେ ଘଟିଥିବା ଏହି ଉତ୍ତେଜନାକୁ ରୋକିବାକୁ ପୁଲିସକୁ ଲୋକଙ୍କ ଉପରେ ଲାଠି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା। ଏହି ହିଂସାକାଣ୍ଡରେ ପ୍ରାୟ ୧୭୪ ଲୋକଙ୍କ ସମ୍ପୃକ୍ତି ରହିଥିବା ପୁଲିସ ତାଲିକା ପ୍ରସ୍ତୁତ କରିଛି। ଯେତେବେଳେ କି ଯେଉଁ ଜଣଙ୍କ ମୃତ୍ୟୁ ହୋଇଛି ତାହା ଉତ୍ତ୍ୟକ୍ତ ଲୋକଙ୍କ ଟେକା ମାଡ଼ ଯୋଗୁ ହୋଇଥିବା ପୁଲିସ ସନ୍ଦେହ କରୁଛି।

ଚଳିତ ମାସ ୧୪ ତାରିଖରେ ଜୁନାଗଡ଼ ମୁନିସପାଲିଟି ପକ୍ଷରୁ ମାଜେଭାଦି ଦରୱାଜା ଠାରେ ଥିବା ମସଜିଦ୍ ନିକଟସ୍ଥ ଜମି ଜବରଦଖଲକାରୀଙ୍କୁ ନୋଟିସ୍ ଜାରି କରିଥିଲା। ସେମାନେ ସମ୍ପୃକ୍ତ ଜମିର ମାଲିକ ନା ନୁହେଁ ତାହା ସ୍ପଷ୍ଟ କରିବା ପାଇଁ ଯାଞ୍ଚ ଆରମ୍ଭ କରିଥିଲା। ଏହାକୁ ବିରୋଧ କରି ପ୍ରାୟ ୬୦୦ ଲୋକ ମସଜିଦ୍‌ ପାଖରେ ଏକାଠି ହୋଇଥିଲେ। ଯାହାପରେ ଶୁକ୍ରବାର ରାତିରେ ଲୋକେ ରାସ୍ତା ଅବରୋଧ କରିଥିଲେ ବୋଲି ସ୍ଥାନୀୟ ଏସ୍‌ପି ରବୀ ତେଜା ବସମସେଠୀ କହିଛନ୍ତି।

Advertisment

ରାସ୍ତା ଅବରୋଧ ପରେ ଡପୁଟୀ ଏସ୍‌ପି ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ବହୁ ଆଲୋଚନା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରି ନ ଥିବା ବେଳେ ପୁଲିସ ଉପରକୁ ରାତି ପ୍ରାୟ ୧୦ଟା ୧୫ ବେଳେ ଟେକାପଥର ମାଡ଼ ହୋଇଥିଲା। ଯାହା ପରେ ପୁଲିସ ଉତ୍ତେଜିତ ଲୋକଙ୍କ ଉପରେ ଲାଠି ମାଡ଼ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ଲୋକଙ୍କ ଆକ୍ରମଣରରେ ଜୁନାଗଡ଼ ଡେପୁଟୀ ଏସ୍‌ପି, ୩ ଜଣ ସବ୍‌ଇନ୍ସପେକ୍ଟର ଓ ୨ ଅନ୍ୟ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମାତ୍ର ସମସ୍ତେ ଚିକିତ୍ସା ପରେ ବିପଦମୁକ୍ତ ଅଛନ୍ତି। ହିଂସାକାଣ୍ଡରେ ମୃତ ସାଧାରଣ ବ୍ୟକ୍ତିର ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସେପଟେ ଆଗକୁ ଆଉ ଯେପରି ଆନ୍ଦୋଳନ କିମ୍ବା ହିଂସାକାଣ୍ଡ ନଘଟେ ସେଥିନିମନ୍ତ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Attack On Police Gujarat Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe