Advertisment

ହିମସ୍ଖଳନ ଘଟି ଜଣେ ମୃତ, ୨ ନିଖୋଜ

ସାଧାରଣତଃ ଶୀତଦିନେ ଜମ୍ମୁ କଶ୍ମୀରିର ଅନେକ ସ୍ଥାନରେ ହିମସ୍ଖଳନ ଘଟିଥାଏ।

avalanche

avalanche

Advertisment

ଜମ୍ମୁ କଶ୍ମୀରର ଗୁଲମାର୍ଗ ଏରିଆରେ ବଡ଼ଧରଣର ହିମସ୍ଖଳନ ଘଟିଛି।  ଫଳରେ ବରଫ ପାହାଡ଼ ଭିତରେ ଫସି ଜଣକର ମୃତ୍ୟୁ ଘଟିଛି।  ମିଳିଥିବା ସୂଚନା ଅନୁଯାୟୀ, ଏହି ହିମସ୍ଖଳନ ଯୋଗୁ ଅନ୍ୟ ୨ ଜଣ ଫସି ରହିଥିବା ଜଣାପଡ଼ିଛି। ଉକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଗୁଲମାର୍ଗର ସ୍କିଙ୍ଗ ରିସୋର୍ଟର ଉପରି ଭାଗରେ ଏହି ହିମସ୍ଖଳନ ଘଟିଛି। ଗତ ଶୁକ୍ରବାରଜମ୍ମୁ କଶ୍ମୀରିର କିସ୍ତୱାର ଜିଲ୍ଲାର ପାଦାର ଏରିଆରେ ହିମସ୍ଥଳନ ଘଟିଥିଲା। କିନ୍ତୁ କୌଣସି କ୍ଷତି ଘଟି ନଥିଲା।

Advertisment

ସାଧାରଣତଃ ଶୀତଦିନେ ଜମ୍ମୁ କଶ୍ମୀରିର ଅନେକ ସ୍ଥାନରେ ହିମସ୍ଖଳନ ଘଟିଥାଏ।  ଗତ ବର୍ଷ ଅକ୍ଟୋବର ମାସରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ  ହିମସ୍ଖଳନ ଘଟି  ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା।  ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗର  କିଛି ପିଲା ତାଲିମ ପାଇ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।  ଦଣ୍ଡା ୨ ଶିଖରରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ଏହି ସମୟରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗର ୪୪ ଜଣିଆ ଏକ ପର୍ବତାରୋହୀ ଟିମ୍ ସେଠାକୁ ଯାଇଥିଲେ । ଟିମ୍‌ରେ ୩୩ ଜଣ ଟ୍ରେନି ଏବଂ ୭ ଜଣ ଟ୍ରେନରଙ୍କ ସମେତ ୪୦ ଜଣ ସାମିଲ ଥିଲେ ।

Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe