Advertisment

ତୁର୍କୀ ଭୂମିକମ୍ପରେ ଜଣେ ଭାରତୀୟ ନିଖୋଜ

ତୁର୍କୀକୁ କାମ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ।

undefined

Turkey Earthquake

Advertisment

ତୁର୍କୀରେ ହୋଇଥିବା ଭୟଙ୍କର ଭୂମିକକମ୍ପରେ ଜଣେ ଭାରତୀୟ ନିଖୋଜ ଅଛନ୍ତି। ତୁର୍କୀକୁ କାମ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ସେହିପରି ୧୦ ଜଣ ଭାରତୀୟ ତୁର୍କୀର ବିଭିନ୍ନ ଅଂଚଳରେ ଫସି ରହିଛନ୍ତି। କିନ୍ତୁ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସରକାର ବୁଧବାରଦିନ ସୂଚନା ଦେଇଛନ୍ତି। କିନ୍ତୁ ନିଖୋଜ ହୋଇଥିବା ଭାରତୀୟ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ କାମ କରନ୍ତି ଓ ସେ କମ୍ପାନି କାମରେ ତୁର୍କୀ ଯାଇଥିଲେ । ତୁର୍କୀରେ ପ୍ରାୟ ୩ ହଜାର ଭାରତୀୟ ଥିବାବେଳେ ସମସ୍ତଙ୍କ ସଂପର୍କରେ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଅନ୍ୟପଟେ ଦକ୍ଷିଣ-ପୂର୍ବ ତୁର୍କୀ ଓ ଉତ୍ତର ସିରିୟାରେ ହୋଇଥିବା ଭୂମିକମ୍ପ ମୃତ୍ୟୁସଂଖ୍ୟା ୧୧ ହଜାର ଅତିକ୍ରମ କରିଛି। ବୁଧବାର ଅପରାହ୍ନ ସୁଦ୍ଧା ଉଭୟ ଦେଶର ମୃତ୍ୟୁସଂଖ୍ୟା ୧୧ ହଜାର ଅତିକ୍ରମ କରିଥିବା ବେଳେ ୫୧ ହଜାରରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ମୃତ୍ୟୁସଂଖ୍ୟା ୮୦୦୦ରେ ପହଞ୍ଚିଥିବା ବେଳେ ସିରିୟାରେ ୩୦୦୦ରେ ପହଞ୍ଚିଛି। ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଓ ଆନ୍ତର୍ଜାତିକ ସଂଗଠନ ଉଭୟ ଦେଶରେ ପହଞ୍ଚି ନିଜର ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି।ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଅପରେସନ୍ ଦୋସ୍ତ ଅନ୍ତର୍ଗତ ତୁର୍କୀ ଏବଂ ସିରିଆକୁ ଭାରତ ଉଦ୍ଧାରକାରୀ ଦଳ, ମୋବାଇଲ ହସ୍ପିଟାଲ, ସାମଗ୍ରୀ, ଔଷଧ ଏବଂ ଯନ୍ତ୍ରପାତି ପଠାଇଛି। ସେ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ମୁକାବିଲା ଦଳ ବର୍ତ୍ତମାନ ଗାଜିଆଣ୍ଟେପରେ ପହଞ୍ଚି ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତୁର୍କୀକୁ ମାନବିକ ସହାୟତା ଭାବରେ ଭାରତ ଚାରିଟି ସି-୧୭ ବିମାନରେ ୧୦୮ ଟନରୁ ଅଧିକ ଓଜନ ବିଶିଷ୍ଟ ରିଲିଫ ସାମଗ୍ରୀ, ଯନ୍ତ୍ରପାତି ଏବଂ କର୍ମଚାରୀ ପଠାଇଛି। ଏଥିମଧ୍ୟରେ ୧୦୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଏନଡ଼ିଆରଏଫ ଦଳ ସହ ଅନ୍ୟାନ୍ୟ ଉପକରଣ ପଠାଯାଇଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe