Advertisment

ରାଜଧାନୀରେ ଗୁଳିମାଡ଼: ଜଣେ ମୃତ, ଧରାପଡ଼ିଲେ ୩ ନାବାଳକ

ପୁଲିସ୍‌ ହେପାଜତରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ନଦୀମଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲା।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀର ବିଚ୍‌ ରାସ୍ତାରେ ଚାଲିଛି ଗୁଳି। ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ତାଙ୍କର ଦୁଇ ସହଯୋଗୀ ଆହତ ହୋଇଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର କବିର ନଗର ଅଞ୍ଚଳ ଦେଇ ୩ ଜଣ ବନ୍ଧୁ ଗୋଟିଏ ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ଆଉ ଏକ ବାଇକରେ ୩ ଜଣ ଆସି ଗୁଳି କରିଛନ୍ତି।

Advertisment

ନଦୀମ ଓ ତାଙ୍କର ଦୁଇ ଜଣ ବନ୍ଧୁ ଖାଇବା ଧରି ଫେରୁଥିବା ବେଳେ ହଠାତ୍‌ ବିଚ୍‌ ରାସ୍ତାରେ ଆକ୍ରମଣକାରୀମାନେ ସେମାନଙ୍କୁ ଘେରି ଯାଇଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ଗୁଳି ଚଳାଇଥିଲେ। ଏଥିରେ ନଦୀମଙ୍କ ମୃତ୍ୟୁ ହୋଇଛନ୍ତି। ନଦୀମଙ୍କ ସ୍କୁଟି ଓ ମୋବାଇଲ ଫୋନ ନେଇ ଆକ୍ରମଣକାରୀମାନେ ଘଟଣା ସ୍ଥଳରୁ ଫେରାର ହେବା ବେଳେ ୭ ରାଉଣ୍ଡ ଗୁଳି ଚଳାଇଛନ୍ତି। ତେବେ ସେମାନେ ନିଜ ବାଇକକୁ ସେଠାରେ ଛାଡ଼ି ଚାଲି ଯାଇଛନ୍ତି।

ସ୍ଥାନୀୟ ଲୋକମାନେ ଗୁଳିମାଡ଼ ପରେ ରାସ୍ତାରେ ପଡ଼ିଥିବା ନଦୀମ ଓ ତାଙ୍କର ଦୁଇ ବନ୍ଧୁଙ୍କୁ ଗୁରୁ ତେଜ ବାହାଦୂର ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତରମାନେ ନଦୀମଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଦୁଇ ବନ୍ଧୁଙ୍କ ଅବସ୍ଥା ଗୁରୁତର ରହିଛି ଓ ସେମାନଙ୍କ ଚିକିତ୍ସା ଏବେ ଚାଲିଛି। ପୁଲିସ୍‌ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗୁଳିମାଡ଼ ଘଟଣାରେ ୩ ଜଣ ନାବାଳକଙ୍କୁ ପୁଲିସ୍‌ ହେପାଜତକୁ ନେଇଛି। ପୁଲିସ୍‌ ହେପାଜତରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ନଦୀମଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲା। ଏହି ଟଙ୍କା ଫେରାଇବାକୁ ନଦୀମ ତା’କୁ ବାରମ୍ବାର କହୁଥିଲେ। ଏଥିପାଇଁ ସେ ଆଉ ୨ ଜଣ ନାବାଳକଙ୍କୁ ସାଥୀ କରି ଗୁଳି ମାଡ଼ କରିଥିବା ପୁଲିସ ଜାଣିବାକୁ ପାଇଛି। ତଥାପି ପୁଲିସ୍‌ ସିସିଟିଭି ଫୁଟେଜରୁ ଅଧିକ ପ୍ରମାଣ ଯୋଗାଡ଼ କରିବା ଲକ୍ଷ୍ୟରେ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମାନ ନାବାଳକମାନେ ନିକଟସ୍ଥ ଜ୍ୟୋତି ନଗର ଅଞ୍ଚଳରେ ମଧ୍ୟ ସେହି ଦିନ ରାତିରେ ଗୁଳି ଚଳାଇଥିଲେ। ରାହୁଲ ନାମକ ଜଣେ ବ୍ୟକ୍ତିଙ୍କ ଘର ବାହାରେ ୬ ରାଉଣ୍ଡ ଗୁଳି ଚାଲିଥିଲା। ପୁଲିସ୍‌ ନଦୀମଙ୍କ ହତ୍ୟାକାଣ୍ଡରେ ଧରାପଡ଼ିଥିବା ୩ ନାବାଳକଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ ଜବତ କରିଛି।

Delhi Firing