Advertisment

ନାଗ ସାପକୁ କାମୁଡ଼ି ମାରିଦେଲା ବର୍ଷକର ଛୁଆ, ଆଉ ତା’ ପରେ...

ଘର ବାହାରେ ପିଲାଟି ଖେଳୁଥିବା ବେଳେ ସାପଟି ତା’ ହାତରେ ଗୁଡ଼ାଇ ହୋଇ ଯାଇଥିଲା। ତେଣୁ ସେ ସାପକୁ ଦାନ୍ତରେ କାମୁଡ଼ି ମାରି ଦେଇଥିଲା।

Boy

Boy

Advertisment

ବିହାରର ବେଟ୍ଟିଆ ଗାଁରୁ ଆସିଛି ଗୋଟିଏ ସାଂଘାତିକ ଘଟଣା। ଏଠାରେ ବର୍ଷକର ଛୁଆ ଗୋଟିଏ ନାଗ ସାପକୁ କାମୁଡ଼ି ମାରି ଦେଇଛି। ଘର ବାହାରେ ପିଲାଟି ଖେଳୁଥିବା ବେଳେ ସାପଟି ତା’ ହାତରେ ଗୁଡ଼ାଇ ହୋଇ ଯାଇଥିଲା। ତେଣୁ ସେ ସାପକୁ ଦାନ୍ତରେ କାମୁଡ଼ି ମାରି ଦେଇଥିଲା।

Advertisment

ଗୋବିନ୍ଦ ନାମକ ବର୍ଷକର ଛୁଆଟି ସାପକୁ କାମୁଡ଼ି ମାରି ଦେବା ପରେ ନିଜେ ଅଚେତ ହୋଇ ଯାଇଥିଲା। ଏଥିଯୋଗୁ ତାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା, ସାପଟି ପିଲାଟିର ହାତରେ ପୂରା ଜୋରରେ ଗୁଡ଼ାଇ ହୋଇ ଯାଇଥିଲା। ଏଥିଯୋଗୁ ସେ ସାପଟିକୁ ସମ୍ଭବତଃ ଦାନ୍ତ ଦ୍ୱାରା ଜୋରରେ କାମୁଡ଼ି ଦେବାରୁ ତା’ର ମୃତ୍ୟୁ ହୋଇଥିଲା।

ଘଟଣାର କିଛି ସମୟ ପରେ ଗୋବିନ୍ଦର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏଥିଯୋଗୁ ପରିବାର ଲୋକ ତା’କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। କିନ୍ତୁ ସେଠାରୁ ଅଧିକ ଚିକିତ୍ସା ପାଇଁ ପିଲାଟିକୁ ବେଟ୍ଟିଆ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରେ ପିଲାଟିର ଅବସ୍ଥା ସ୍ଥିର ରହିଛି ଓ ତା’କୁ ନୀରିକ୍ଷଣରେ ରଖା ଯାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଜେଜେ ମା’ ମାତେଶ୍ୱରୀ ଦେବୀଙ୍କ କହିବା କଥା ଯେ ଗୋବିନ୍ଦର ମା’ ନିକଟରୁ କାଠ ସଂଗ୍ରହ କରୁଥିବା ବେଳେ ହଠାତ ସାପଟି ବାହାରିଥିଲା। ସାପକୁ ଗୋବିନ୍ଦ କୌଣସି ଗୋଟିଏ କାଠରେ ପିଟି ଦେଇଥିଲା। ଏହାପରେ ତା’କୁ କାମୁଡ଼ି ମାରି ଦେଇଥିଲା। 

Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe