Advertisment

କୁକୁର କାମୁଡ଼ିଲେ ଦାନ୍ତ ପିଛା ମିଳିବ ୧୦ ହଜାର

ଦାନ୍ତ ଦ୍ୱାରା ହୋଇଥିବା କ୍ଷତ ଚିହ୍ନ ଅନୁଯାୟୀ ଅତି କମ୍‌ରେ ୨୦ ହଜାର ଟଙ୍କା ପାଇବେ ଆହତ ବ୍ୟକ୍ତି।

ଅଦ୍ୟତନ ହୋଇଛି
Dog Bite

Dog Bite

Advertisment

ଏଣିକି କୁକୁର କାମୁଡ଼ିଲେ ମିଳିବ ଟଙ୍କା। ପ୍ରତି ଦାନ୍ତ ପିଛା ମିଳିବ ୧୦ ହଜାର। କେବଳ ସେତିକି ନୁହେଁ ଦାନ୍ତ ଦ୍ୱାରା ହୋଇଥିବା କ୍ଷତ ଚିହ୍ନ ଅନୁଯାୟୀ ଅତି କମ୍‌ରେ ୨୦ ହଜାର ଟଙ୍କା ପାଇବେ ଆହତ ବ୍ୟକ୍ତି। ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ଅଧିକାଂଶ ଲୋକେ ତଥା ବିଶେଷ କରି ଛୋଟ ଛୁଆ ବୁଲା କୁକୁର କାମୁଡାର ଶିକାର ହୁଅନ୍ତି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ହରିୟାଣା ଓ ଚଣ୍ଡିଗଡ଼ରେ ବୁଲା କୁକୁର ଓ ଜୀବଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କେତେ ଟଙ୍କା କ୍ଷତିପୂରଣ ଦିଆଯିବ ସେ ନେଇ ରାୟ ଶୁଣାଇଛନ୍ତି।

ବୁଲା କୁକୁର ତଥା ଅନ୍ୟ ଜୀବଜନ୍ତୁ କାମୁଡିଲେ ଆହତଙ୍କୁ ଦାନ୍ତ ପିଛା ୧୦ ହଜାର ଟଙ୍କା ସହାୟତା ରାଶି ମିଳିବ। ଏଥିସହ କୁକୁର କାମିଡିବା ଦ୍ୱାରା ହୋଇଥିବା କ୍ଷତ ଚିହ୍ନା ତଥା ୦.୨ ସେମି ଯାଏଁ କ୍ଷତଚିହ୍ନ ଥିଲେ ଅତିକମ୍‌ରେ ୨୦ ହଜାର ଟଙ୍କା ଦିଆଯିବ। ରାଜ୍ୟ ସରକାର ମୁଖ୍ୟ ରୂପେ ଏହି ସହାୟତା ରାଶି ଦେବେ। ବୁଲା ବନ୍ୟଜନ୍ତୁଙ୍କ ଆକ୍ରମଣ ସମ୍ବନ୍ଧୀୟ ୧୯୩ଟି ମାମଲାର ଶୁଣାଣି କରି ଏଭଳି କିଛି ରାୟ ଶୁଣାଇଛନ୍ତି ହାଇକୋର୍ଟ।

Advertisment

ପଞ୍ଜାବ ଓ ହରିୟାଣା ସମେତ କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଡକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରିବାକୁ ଏକ କମିଟି ତିଆରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଲା କୁକୁର, ଗାଈ, ଷଣ୍ଢ, ବଳଦ, ମଇଁଷି, ମାଙ୍କଡ଼ ତଥା ନୀଳ ଗାଈ ଭଳି ବନ୍ୟଜନ୍ତୁ ଆକ୍ରମଣରେ ଯଦି କୌଣସି ବ୍ୟକ୍ତିଙ୍କ ଦୁର୍ଘଟଣା ଘଟେ କିମ୍ବା ଆହତ ହୁଅନ୍ତି ତେବେ ସେମାନଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରିବାକୁ କୁହାଯାଇଛି।

ଦେଶରେ ଦିନକୁ ଦିନ ବୁଲା କୁକୁରଙ୍କ ବଢ଼ୁଥିବା ସମସ୍ୟାକୁ ନେଇ ଚାଲିଥିବା ବିତର୍କ ଭିତରେ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଛି। ଚଳିତ ବର୍ଷ ଅକ୍ଟୋବରରେ, ବାଘ ବକରୀ ଚା' କମ୍ପାନୀ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାରାଗ ଦେଶାଇଙ୍କର ବୁଲା କୁକୁର ଆକ୍ରମଣ ପରେ ତଳେ ପଡିଯିବାରୁ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସୋଶାଲ ମିଡିଆରେ ହଇଚଇ ଆରମ୍ଭ ହୋଇଥିଲା ​​ଏବଂ କୁକୁର ଆକ୍ରମଣ ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବୁଲା କୁକୁର ସମସ୍ୟାର ମୁକାବିଲା ପାଇଁ ଲୋକମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Haryana High Court Stray Animals Dogbite Victim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe