Advertisment

ଭାରତର ସାଧାରଣ ଲୋକଙ୍କୁ ଟାର୍ଗେଟ କଲା ପାକିସ୍ତାନ: ୧୦ ଜଣଙ୍କ ମୃତ୍ୟୁ

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏଲଇସି ଓ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ସେନା ଏପରି ଗୁଳି ମାଡ଼ କରିଛି।

author-image
Hemant Lenka
Sindoor

Sindoor

ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ରୋକିବାରେ ବିଫଳ ହୋଇଥିବା ପାକିସ୍ତାନ ଏବେ ଭୋକ ବିକଳରେ ତାଟିଆ କାମୁଡ଼ା ସ୍ଥିତିରେ ରହିଛି। ଭାରତୀୟ ସେନାର କିଛି ବି କରିବାକୁ ସକ୍ଷମ ହୋଇ ନଥିବା ପାକିସ୍ତାନ ଏବେ ସୀମା ନିକଟବର୍ତ୍ତୀ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାରେ ଲାଗିଛି। ଅପରେସନ ସିନ୍ଦୂର ପରେ ପାକିସ୍ତାନ ସେନା ସୀମାରେ ନିରବଚ୍ଛିନ୍ନ ଭାବେ ଗୁଳି ମାଡ଼ କରି ଦେଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପାକିସ୍ତାନ ତୋପରୁ ଗୁଳି ମାଡ଼ କରୁଥିବା ସୀମାବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନରକୁ ସ୍ଥାନାନ୍ତର କରାଯାଇଛି।

Advertisment

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏଲଇସି ଓ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ସେନା ଏପରି ଗୁଳି ମାଡ଼ କରିଛି। ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଛି। ପହଲଗାମ ହମଲା ପର ଠାରୁ ପ୍ରତିଦିନ ରାତିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଚାଲିଥିଲା। ମଙ୍ଗଳବାର ଭାରତୀୟ ସେନାର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଗୁଳି ମାଡ଼କୁ ତୀବ୍ର କରିଛି।

ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଜୈଶ-ଇ-ମହମ୍ମଦ, ଲସ୍କର ଓ ହିଜବୁଲରର ୯ଟି ଠିକଣାରେ ଭାରତୀୟ ସେନା ମିସାଇଲ ଷ୍ଟ୍ରାଇକ କରିଛି। ରାତି ପ୍ରାୟ ୧.୪୪ରେ ଭାରତୀୟ ସେନା ପକ୍ଷରୁ ହମଲା କରାଯାଇଥିଲା। ତିନି ସେନା ମିଳିତ ଭାବେ ପହଲଗାମର ପ୍ରତିଶୋଧ ନେଇଛି।

Advertisment

ଭାରତୀୟ ସେନାର ପ୍ରତିଶୋଧ ପରେ ପାକିସ୍ତାନ କେବଳ ବିଳିବିଳେଇବାରେ ଲାଗିଛି। ପାକିସ୍ତାନ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା ସୀମାନ୍ତ ରାଜ୍ୟ ଗୁଡ଼ିକରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଶ୍ରୀନଗର ସମେତ ବିଭିନ୍ନ ଏୟାରପୋର୍ଟରେ ଉଡ଼ାଣ ବାତିଲ କରାଯାଇଛି। ସୀମାରେ ଭାରତୀୟ ସେନା ପୂରା ଆଲର୍ଟରେ ରହିଛି। ଆକାଶ ପଥ ଉପରେ ମଧ୍ୟ ବାୟୁ ସେନାର ନଜର ରହିଛି।

Operation Sindoor Terror Attack Jammu Kashmir