Advertisment

ତେଲଙ୍ଗାନା କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ: ୧୦ ମୃତକଙ୍କ ମଧ୍ୟରେ ଓଡ଼ିଆ ରହିଥିବା ଆଶଙ୍କା

ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ କିଛି ଓଡ଼ିଆ ଶ୍ରମିକ ଥିବା ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ଏଯାଏ ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନି।

Blast

Blast

Advertisment

ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ସିଗାଚ୍ଛି କେମିକାଲ କାରଖାନାରେ ଆଜି ସକାଳ ୯ଟା ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ କିଛି ଓଡ଼ିଆ ଶ୍ରମିକ ଥିବା ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ଏଯାଏ ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନି।

Advertisment

ଆଜି ସକାଳେ ଫ୍ୟାକ୍ଟ୍ରୀରେ କାମ ଚାଲିଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁ ଫ୍ୟାକ୍ଟ୍ରୀରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ସମୟରେ ଫ୍ୟାକ୍ଟ୍ରୀରେ ପ୍ରାୟ ୧୫୦ ଜଣ ଶ୍ରମିକ ଓ କର୍ମଚାରୀ ରହିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କିଛି ଶ୍ରମିକଙ୍କ ମୃତ ଶରୀର ୧୦୦ ମିଟର ଦୂରକୁ ଛିଟିକି ପଡ଼ିଥିଲା। ଘଟଣା ସ୍ଥଳରେ ୬ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ୟାକ୍ଟ୍ରୀଟି ନିଆଁରେ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏହା ମଧ୍ୟରେ କିଛି ଶ୍ରମିକ ଫସି ରହିଥିଲେ କି ତା’ର ଯାଞ୍ଚ କରାଯାଉଛି।

ବିସ୍ଫୋରଣ ଓ ନିଆଁ ଲାଗିଯିବାର ଖବର ପାଇ ୧୧ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୀର୍ଘ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ମଧ୍ୟ ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି। ଆହତମାନଙ୍କୁ ସ୍ଥାନୀୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

Advertisment

ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ବିସ୍ଫୋରଣର ଶବ୍ଦ ଦୀର୍ଘ କିମି ଯାଏ ଶୁଣିବାକୁ ମିଳିଛି। ଫ୍ୟାକ୍ଟ୍ରୀର ଛାତ ଓ କାନ୍ଥ ଭୁଶୁଡ଼ି ପଡ଼ିଛି। ଶିଳ୍ପାଞ୍ଚଳରେ ରହୁଥିବା ଲୋକଙ୍କ ଘର ମଧ୍ୟ ବିସ୍ଫୋରଣ ଯୋଗୁ ପ୍ରଭାବିତ ହୋଇଛି। ବିସ୍ଫୋରଣ ବେଳେ ଓଡ଼ିଶା, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନେ ଫ୍ୟାକ୍ଟ୍ରୀର ରିଆକ୍ଟର ନିକଟରେ କାମ କରୁଥିଲେ।

ବିସ୍ଫୋରଣ ଶବ୍ଦ ଶୁଣି ସାଧାରଣ ଲୋକ ଓ ଅନ୍ୟ ଫ୍ୟାକ୍ଟ୍ରୀରେ କାମ କରୁଥିବା ର୍କମଚାରୀମାନେ ଭୟରେ ଖୋଲା ସ୍ଥାନକୁ ଦୌଡ଼ିଥିଲେ। ଏବେ ବି ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Blast In Factory Telangana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe