Advertisment

ଗରବା ନାଚୁ ନାଚୁ ଗୋଟିଏ ଦିନରେ ୧୦ ମୃତ, ସମସ୍ତଙ୍କୁ ହୃଦଘାତ

ନବରାତ୍ରରେ ଗୁଜରାଟର ଗରବା ନୃତ୍ୟକୁ ନେଇ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ଅବସରରେ ଗୁଜରାଟର ବିଭିନ୍ନ ସ୍ଥାନରେ ଗରବା ପ୍ରଦର୍ଶନ କରାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଦଶହରାରେ ସାରା ଦେଶ ଝୁମୁଥୁବା ବେଳେ ଗୁଜରାଟରୁ ଆସିଛି ଦୁଃଖଦ ଖବର। ଗରବା ନାଚୁ ନାଚୁ ଏଠାରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ମାତ୍ର ଗୋଟିଏ ଦିନରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମୃତକଙ୍କ ମଧ୍ୟରେ କିଶୋର, ଯୁବ ଏବଂ ମଧ୍ୟମ ବୟସର ଲୋକ ଅଛନ୍ତି।

Advertisment

ଜଗତଜନନୀ ମା'ଙ୍କ ଆଗମନରେ ସବୁଠି ଉତ୍ସବ ମୁଖର। ନବରାତ୍ରରେ ଗୁଜରାଟର ଗରବା ନୃତ୍ୟକୁ ନେଇ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ଅବସରରେ ଗୁଜରାଟର ବିଭିନ୍ନ ସ୍ଥାନରେ ଗରବା ପ୍ରଦର୍ଶନ କରାଯାଉଛି। ହେଲେ ଖୁସିର ମାହୋଲ ମଧ୍ୟରେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ଯୁବ ଏବଂ ମଧ୍ୟମ ବୟସର ଲୋକ ଅଧିକ ଥିବାରୁ ଚିନ୍ତା ବଢିଛି।

ରିପୋର୍ଟ ଅନୁସାରେ, ବରୋଦା ଅଞ୍ଚଳର ଜଣେ ୧୩ ବର୍ଷର ବାଳକ ଗରବା ନାଚୁଥିବା ବେଳେ ହୃଦଘାତର ଶିକାର ହୋଇଛନ୍ତି। ଶୁକ୍ରବାର ଅହମ୍ମଦାବାଦର ଜଣେ ୨୪ ବର୍ଷୀୟ ଯୁବକ ଏବଂ କପାଦୱଞ୍ଜର ଜଣେ ୧୭ ବର୍ଷୀୟ ବାଳକ ମଧ୍ୟ ସମାନ କାରଣରୁ ପ୍ରାଣ ହରାଇଛନ୍ତି।

Advertisment

ଏହା ବ୍ୟତୀତ, ନବରାତ୍ରୀର ପ୍ରଥମ ଛଅ ଦିନ ମଧ୍ୟରେ, ହୃଦୟ ସମ୍ବନ୍ଧୀୟ ସମସ୍ୟା କାରଣରୁ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ନିକଟକୁ ୫୨୧ କଲ୍ ଯାଇଛି। ସେହିପରି ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଭୋଗିଥିବା ଅତିରିକ୍ତ ୬୦୯ କଲ୍ ଗ୍ରହଣ କରିଥିଲା ଜରୁରୀ ସେବା। ଏହି କଲଗୁଡିକ ସନ୍ଧ୍ୟା ୬ରୁ ରାତି ୨ଟା ମଧ୍ୟରେ ରେକର୍ଡ କରାଯାଇଥିଲା। ଏହି ସମୟରେ ହିଁ ନବରାତ୍ର ପାଇଁ ଗରବା ଉତ୍ସବ ଅନୁଷ୍ଠିତ ହେଉଛି।

ଏପରି ଉଦବେଗଜନକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏବଂ ଇଭେଣ୍ଟ ଆୟୋଜକ ସତକର୍ତା ଅବଲମ୍ବନ କରିଛନ୍ତି। ରାଜ୍ୟ ସରକାର ଗରବା ସ୍ଥାନ ନିକଟରେ ଥିବା ସମସ୍ତ ସରକାରୀ ଡାକ୍ତରଖାନା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।

ଜରୁରୀକାଳୀନ ପରିସ୍ଥିତିରେ ଗରବା ପ୍ରଦର୍ଶନ ସ୍ଥାନକୁ କିପରି ଆମ୍ବୁଲାନ୍ସ ଶୀଘ୍ର ପ୍ରବେଶ କରିପାରିବ ସେଥିପାଇଁ ବନ୍ଦୋବସ୍ତ କରିବାକୁ ଆୟୋଜକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକନ୍ତୁ, ଗରବା ଆୟୋଜକମାନେ ଘଟଣାସ୍ଥଳରେ ଡାକ୍ତର ଏବଂ ଆମ୍ବୁଲାନ୍ସ ସେବାର ମଧ୍ୟ ବନ୍ଦୋବସ୍ତ କରିଛନ୍ତି। ସେମାନଙ୍କ କର୍ମଚାରୀଙ୍କୁ CPR ତାଲିମ ପ୍ରଦାନ ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ପାଣିର ପର୍ଯ୍ୟାପ୍ତ ଉପଲବ୍ଧତା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି।

ସିପିଆର୍ ହେଉଛି କାର୍ଡିଓପ୍ଲୁମାରୀ ରିସସ୍ଟେସନ୍। ଏହା ରୋଗୀର ଛାତିର ବାରମ୍ବାର ସଙ୍କୋଚନ ସହିତ ଜଡିତ ଏକ ଚିକିତ୍ସା ପ୍ରଣାଳୀ, ରକ୍ତ ସଞ୍ଚାଳନ ଏବଂ ହୃଦ୍‌ଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶ୍ୱାସକ୍ରିୟାକୁ ପୁନଃ ସ୍ଥାପିତ କରିବା ପାଇଁ ଏହା କରାଯାଇଥାଏ। କହି ରଖୁ କି, ଚଳିତ ବର୍ଷ ନରରାତ୍ର ଉତ୍ସବ ପୂର୍ବରୁ ଗୁଜରାଟର ତିନିଜଣ ଯୁବକ ଗରବା ଅଭ୍ୟାସ କରୁଥିବା ସମୟରେ ହୃଦଘାତରେ ପ୍ରାଣ ହରାଇଥିଲେ।

Durga Puja Heart Attack Garba Garba Event Gujarat Navaratri