Advertisment

ଇନୋଭା ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ଛୋଟ ପିଲାଙ୍କ ସହ ୧୦ ମୃତ

କୋଲେଗାଲା- ଟି ନାରାସିପୁରା ମୁଖ୍ୟ ରାସ୍ତାରେ ଥିବା କୁରୁବୁରୁ ଗାଁ ପାଖରେ ଏହି ଦୁର୍ଘଟଣା ଘଟିଛି। ଇନୋଭାରେ ମୋଟ ୧୧ ଜଣ ଲୋକ ଥିଲେ। ଜଣଙ୍କୁ ଛାଡ଼ି ଆଉ ସମସ୍ତେ ପ୍ରାଣ ହରାଇଛନ୍ତି।

Karnataka

Karnataka

Advertisment

କର୍ଣ୍ଣାଟକାର ତିରୁମାକୁଡାଲୁ ନାସିପୁରା ସହରର ନିକଟରେ ଆଜି ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ ଇନୋଭା କାର୍‌ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ଛୋଟ ପିଲାଙ୍କ ସହ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଇନୋଭାଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

Advertisment

ରିପୋର୍ଟ ଅନୁସାରେ, କୋଲେଗାଲା- ଟି ନାରାସିପୁରା ମୁଖ୍ୟ ରାସ୍ତାରେ ଥିବା କୁରୁବୁରୁ ଗାଁ ପାଖରେ ଏହି ଦୁର୍ଘଟଣା ଘଟିଛି। ଇନୋଭାରେ ମୋଟ ୧୧ ଜଣ ଲୋକ ଥିଲେ। ଜଣଙ୍କୁ ଛାଡ଼ି ଆଉ ସମସ୍ତେ ପ୍ରାଣ ହରାଇଛନ୍ତି।

ଆହତ ବ୍ୟକ୍ତିଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାର୍‌ଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଥିବା ସାମ୍ନାକୁ ଆସିଥିବା ଫଟୋରୁ ଦେଖିବାକୁ ମିଳିଛି।

Advertisment

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Accident Karnataka Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe