Advertisment

NIA ମୋଷ୍ଟ୍-ୱାଣ୍ଟେଡ୍ ତାଲିକାରେ ଲରେନ୍ସ ବିଷ୍ଣୋଇ ଭାଇ, ଧରାଇ ଦେଲେ ଦେବ ₹୧୦ ଲକ୍ଷ

ଅନମୋଲକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ନେଇ ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA)।

author-image
Debibandita Barick
Salman Khan & Anmol Lawrence

Salman Khan & Anmol Lawrence

ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ମୋଷ୍ଟ୍-ୱାଣ୍ଟେଣ୍ଟ ତାଲିକାରେ ଯୋଡ଼ି ହୋଇଛି ନୂଆ ନାଁ। ଜେଲରେ ଥିବା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଖୋଜୁଛି NIA। ଅନମୋଲକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ନେଇ ଘୋଷଣା କରିଛି ତଦନ୍ତକାରୀ ସଂସ୍ଥା।

Advertisment

ଆତଙ୍କବାଦ ବିରୋଧୀ ଏଜେନ୍ସି ମଧ୍ୟ ଅନମୋଲ ବିଷ୍ଣୋଇକୁ ଗିରଫ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ବଲିଉଡ ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ବାସଭବନ ବାହାରେ ଘଟିଥିବା ଗୁଳି ବିନିମୟ ଘଟଣାରେ ଅନମୋଲକୁ ଖୋଜୁଛି ଆଣ୍ଟି-ଟେରର୍ ଏଜେନ୍ସି। 

ଏପ୍ରିଲରେ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ବାହାରେ ଗୁଳି ବିନିମୟ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କ ମଧ୍ୟରେ ଅନମୋଲ, ସାବରମତି ସେଣ୍ଟ୍ରାଲ୍ ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ଏବଂ କାନାଡା ଭିତ୍ତିକ ଗ୍ୟାଙ୍ଗଷ୍ଟର୍ ଗୋଲ୍ଡି ବ୍ରାର୍ ଅଛନ୍ତି। 

Advertisment

ନାଭି ମୁମ୍ବାଇ ପୁଲିସ ଉକ୍ତ ମାମଲାରେ ପାଞ୍ଚ ଜଣ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ - ଧନଞ୍ଜୟ ଓରଫ୍ ଅଜୟ କାଶ୍ୟପ, ଗୌରବ ଭାଟିଆ, ୱାସପି ଖାନ ଓରଫ୍ ୱାସିମ ଚିକନା, ରିଜୱାନ ଖାନ ଓରଫ୍ ଜାଭେଦ ଏବଂ ଦୀପକ ହାୱା ସିଂହ ଓରଫ୍ ଜନଙ୍କୁ ଗିରଫ କରିଛି।

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ମଧ୍ୟ ଅନମୋଲ ବିଷ୍ଣୋଇର ନାଁ ରହିଛି। ଅକ୍ଟୋବର ୧୨ରେ ୬୬ ବର୍ଷୀୟ ଏନସିପି ନେତାଙ୍କୁ ତାଙ୍କ ପୁଅ ବିଧାୟକ ଜିଶାନ ସିଦ୍ଦିକଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରା ଯାଇଥିଲା। 

କଡ଼ା ସୁରକ୍ଷା ସତ୍ତ୍ୱେ ତିନି ଜଣ ଦୁର୍ବୃତ୍ତ ସର୍ବ ସମ୍ମୁଖରେ ସିଦ୍ଦିକିଙ୍କୁ ହତ୍ୟା କରିଥିଲେ। ପୁଲିସ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଖୋଜାଖୋଜି କରୁଛି। ଏପରି ସମୟରେ ଲରେନ୍ସ ବିଷ୍ଣୋଇ ଭାଇ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA)। 

Lawrence Bishnoi Salman Khan House Firing Anmol Bishnoi