Advertisment

ଆସାମରେ ପଶିଲା HMPV, ୧୦ ମାସର ଶିଶୁ ସଂକ୍ରମିତ

ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା।

HMPV

HMPV

Advertisment

ଚାଇନାରେ ଆତଙ୍କ ଖେଳାଇଥିବା ଏଚଏମପିଭି ଆସାମରେ ପ୍ରବେଶ କରିଛି। ରାଜ୍ୟର ଜଣେ ୧୦ ମାସର ଶିଶୁ ଏହି ଭାଇରସରେ ସଂକ୍ରମଣ ହୋଇଛନ୍ତି। ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା।

Advertisment

୧୦ ମାସର ଶିଶୁ ସଂକ୍ରମିତ ହେବା ପରେ ତା’କୁ ଦିବ୍ରୁଗଡ଼ରେ ଥିବା ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି। ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ମେଡିକାଲ କଲେଜର ସୁପରିନଟେଣ୍ଡେଣ୍ଟ ଡାକ୍ତର ଧ୍ରୁବଜ୍ୟୋତି ଭୂୟାଁ କହିଛନ୍ତି, ଥଣ୍ଡା ଜନିତ ଲକ୍ଷଣ ଥାଇ ଶିଶୁଟି ୪ ଦିନ ତଳେ ହସ୍ପିଟାଲକୁ ଆସିଥିଲା। ଆମେ ତା’ର ନମୁନା ପରୀକ୍ଷା ପାଇଁ ପଠାଇଥିଲୁ। ଲାହୋୱାଲରେ ଥିବା ଆଇସିଏମଆର-ଆରଏମଆରସି ପକ୍ଷରୁ ଶିଶୁଟି ଏଚଏମପିଭିରେ ସଂକ୍ରାନ୍ତ ହୋଇଥିବା କୁହାଯାଇଛି।

Advertisment

ଏହା ଏକ ରୁଟିନ ଚେକଅପ ଥିଲା। ଟେଷ୍ଟ ବେଳେ ଏଚଏମଭି ଦ୍ୱାରା ପିଲାଟି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପିଲାଟି ସ୍ଥିର ରହିଛି। ଏହା ଏକ ସାଧାରଣ ଭାଇରସ। ଆତଙ୍କିତ ହେବାର କୌଣସି ଆଣଙ୍କା ନାହିଁ ବୋଲି ଡାକ୍ତର ଭୂୟାଁ ସୂଚନା ଦେଇଛନ୍ତି।

ଆଇସିଏମଆର- ରିଜନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ବରିଷ୍ଠ ଡାକ୍ତର ବିଶ୍ୱଜିତ କହିଛନ୍ତି, “୨୦୧୪ରେ ଆମେ ଦିବ୍ରୁଗଡ଼ରୁ ୧୧୦ଟି ଏଚଏମପିଭି କେସ୍‌ ଠାବ କରିସାରିଲୁଣି। ଚଳିତ ଋତୁରେ ଏହା ପ୍ରଥମ ଘଟଣା। ପ୍ରତିବର୍ଷ ଏଚଏମପିଭିକୁ ଠାକ କରାଯାଏ। ଏଥିରେ ନୂଆ କିଛି ନାହିଁ। ”

Assam HMPV HMPV Virus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe