Advertisment

ମରିବାକୁ ଚାହୁଁଛନ୍ତି ୧୦ ଦୋକାନୀ, ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖି ମାଗିଲେ ଅନୁମତି

ଏନଏଚ୍‌ଏଆଇ ଆମର ୫ ଦଶନ୍ଧିରୁ ପୁରୁଣା ଦୋକାନ ରାସ୍ତା ଚଉଡ଼ା ପାଇଁ ଉଚ୍ଛେଦ କରିବାକୁ ଚାହୁଁଛି।

ଅଦ୍ୟତନ ହୋଇଛି
Shop

Shop

Advertisment

ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ୧୦ ଜଣ ଦୋକାନୀ। ସେମାନେ ଜୀବନ ହାରିବାକୁ ଚାହୁଁଛନ୍ତି। ଏଥିପାଇଁ ନାଗପୁରର ଗଣେଶପେଠର ୧୦ ଜଣ ଦୋକାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସେମାନେ ସମସ୍ତେ ଚିଠିରେ ମରିବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଛନ୍ତି। ଏନଏଚ୍‌ଏଆଇ ପକ୍ଷରୁ ଏବେ ରାସ୍ତା ଚଉଡ଼ା କାମ ଆରମ୍ଭ ହୋଇଛି।

Advertisment

ଏଥିଯୋଗୁ ରାସ୍ତା କଡ଼ରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଉଛି। ଏଠାରେ ଦୀର୍ଘ ୫ ଦଶନ୍ଧି ଧରି ଦୋକାନ କରିଥିବା ଲୋକମାନେ ଏହି ଉଚ୍ଛେଦକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ତେଣୁ ସେମାନେ ଉଚ୍ଛେଦକୁ ବିରୋଧ କରି ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ପ୍ରଭାବିତ ହେବାକୁ ଥିବା ଜଣେ ୭୨ ବର୍ଷୀୟ ଦୋକନୀ ନାଟୁ ଉରକୁଣ୍ଡେ କହିଛନ୍ତି, “ଆମେ ଦୋକାନୀମାନେ ମରିବା ପାଇଁ ଅନୁମତି ମାଗିଛୁ।

ଏନଏଚ୍‌ଏଆଇ ଆମର ୫ ଦଶନ୍ଧିରୁ ପୁରୁଣା ଦୋକାନ ରାସ୍ତା ଚଉଡ଼ା ପାଇଁ ଉଚ୍ଛେଦ କରିବାକୁ ଚାହୁଁଛି। ଏହି ଦୋକାନ ଆମର ପେଟପାଟଣା କଥା ବୁଝୁଛି। ହେଲେ ଏବେ ସେଗୁଡ଼ିକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ତେଣୁ ଆମେ ବଞ୍ଚିବାକୁ ଆଉ ଚାହୁଁନୁ।”

Advertisment

ବୁଧବାର ଏନଏଚଏଆଇ ବୁଲଡୋଜର ଓ ପୁଲିସ୍‌ ଫୋର୍ସ ସହ ଦୋକାନଗୁଡ଼ିକୁ ଉଚ୍ଛେଦ କରିବାକୁ ଆସିଥିଲା। ଏହି ସମୟରେ ବେଶ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉରକୁଣ୍ଡେ ହେଉଛନ୍ତି ଦୋକାନଦାର ଏକତା ମଞ୍ଚର ଜଣେ ସଦସ୍ୟ। ତାଙ୍କ କହିବା କଥା ଯେ ଏନଏଚ୍‌ଆଇ ପ୍ରଭାବିତ ଲୋକଙ୍କୁ ସେମାନଙ୍କ ଜମି ପାଇଁ କୌଣସି ପ୍ରକାରର କ୍ଷତିପୂରଣ ଦେଇନାହିଁ।

ସେହିପରି ଅନ୍ୟ ପ୍ରକଳ୍ପ ଭଳି ଏଠାରେ ଦୋକାନ କରିଥିବା ଲୋକଙ୍କୁ ମଧ୍ୟ ଅନ୍ୟତ୍ର ଥଇଥାନ କରିବାର ବ୍ୟବସ୍ଥା କରାଯାଇନି। ସେ କହିଛନ୍ତି, “ଆମେ ଏଠାରେ ୫୦ରୁ ୫୫ ବର୍ଷ ଧରି ଦୋକାନ କରି ଆସିଛୁ। କିଛି ଲୋକ ପମ୍ପଚର ମରାମତି କରୁଥିବା ବେଳେ ଆଉ କିଛି ଲୋକ ଅଟୋମୋବାଇଲ ସ୍ପେୟାର ପାର୍ଟସ ଓ ଫଟୋ କପି ଦୋକାନ କରିଛନ୍ତି।

ଆମେ ପ୍ରଶାସନକୁ ନିୟମିତ ଭଡ଼ା ଦେଉଛୁ। ନାଗପୁର ପୌରପାଳିକା ଟିକସ ନେଉଥିବା ବେଳେ ବିଜୁଳି ବିଭାଗ ମିଟର ବାବଦରେ ବିଲ ନେଉଛି। ଏହାବାଦ ଦୋକାନ ଚଳାଇବାକୁ ଆମ ପାଖରେ ଲାଇସେନ୍ସ ମଧ୍ୟ ରହିଛି। ତଥାପି ଆମକୁ କିଛି ନ କହି ଦୋକାନ ଉଚ୍ଛେଦ କରାଯାଉଛି।”

ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ଦୋକାନୀଙ୍କୁ ସମର୍ଥନ କରାଯାଇଛି। ଦଳର ନେତା ପ୍ରଭାତ ଅଗ୍ରୱାଲ ଉଚ୍ଛେଦ ହେଉଥିବା ଦୋକାନୀମାନଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ବୁଧବାର ଆପ୍‌ର ନେତା ଓ କର୍ମୀମାନେ ଦୋକାନୀମାନଙ୍କ ସହ ମିଶି ଏନଏଚଏଆଇ ବିରୋଧରେ ବିକ୍ଷୋଭ ମଧ୍ୟ କରିଥିଲେ। ତଥାପି ବୁଧବାର ସନ୍ଧ୍ୟାରେ ଏନଏଚଏଆଇ କିଛି ଦୋକାନକୁ ଭାଙ୍ଗି ଦେଇଥିବା ଅଗ୍ରୱାଲ କହିଛନ୍ତି।

ଅନ୍ୟପକ୍ଷରେ ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ଦୋକାନ ଥିବା ଜମି ଗୁଡ଼ିକର ମାଲିକା ରାଜ୍ୟ ସରକାରଙ୍କ ପାଖରେ ରହିଛି। ସେମାନେ ସବୁ କିଛି ନିୟମ ଅନୁସାରେ କରୁଛନ୍ତି। ୨୦୨୧ ଅକ୍ଟୋବର ୬ ତାରିଖରେ ଏନଏଚ୍‌ଆଇ ଦୋକାନୀମାନଙ୍କୁ ନୋଟିସ କରି ଜାଗା ଖାଲି କରିବାକୁ କହିଥିଲା। ଏହା ବିରୋଧ କରି ଥଇଥାନ ଦାବିରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୧୬ ମାସ ପରେ ଏନଏଚ୍‌ଏଆଇ ଅଧିକାରୀମାନେ ହଠାତ୍‌ ଆସିବା ସହ କୋର୍ଟ ବାହାରେ ବୁଝାମଣା କରିବାକୁ କହିଥିଲେ। ଏନଏଚଏଆଇ କଥାରେ ଦୋକାନୀମାନେ ନିଜ ଆଡ଼ୁ ୧୫ ଫୁଟ ରାସ୍ତା ଦେବାକୁ ରାଜି ହୋଇଥିଲେ। ଏହି ନିଷ୍ପତ୍ତି ପରେ କିଛି ଦୋକାନୀ ମାତ୍ର ୩ ଫୁଟ ଓ ଆଉ କିଛି ୨.୫ ଫୁଟ ଜାଗାରେ ଦୋକାନ ଚଳାଇଥିଲେ।

ହେଲେ ଚଳିତ ମାସ ୯ ତାରିଖରେ ଏନଏଚଏଆଇ ପୁଣି ନୋଟିସ କରି ଦୋକାନ ଖାଲି କରିବାକୁ କହିଛି। ଏହାକୁ ବିରୋଧ କରି ଦୋକାନୀମାନେ ବିକ୍ଷୋଭ ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଦୋକାନୀ ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖି ମରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

କାରଣ ଏମାନଙ୍କ ପରିବାରର ୧୦୦ ଜଣ ଲୋକଙ୍କ ପେଟ ଏହି ଦୋକାନଗୁଡ଼ିକରୁ ଚଳୁଥିଲା। ଦୋକାନ ଭଙ୍ଗା ଯିବାକୁ ଥିବାରୁ ସେମାନେ କେମିତି ସମସ୍ତଙ୍କୁ ଚଳାଇବେ, ସେହି ଚିନ୍ତାରେ ମରିବାକୁ ବେଶୀ ପସନ୍ଦ କରିଛନ୍ତି।

Maharashtra President Of India Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe