Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ନକ୍ସଲ ସଫା, ନିହତଙ୍କ ମଧ୍ୟରେ କୋଟିଏ ଟଙ୍କିଆ ମାଓବାଦୀ

ନିହତ ନକ୍ସଲଙ୍କ ମଧ୍ୟରେ ରହିଛି ସିସି ସଦସ୍ୟ ମନୋଜ ଓରଫ ମୋଡେମ ବାଲକ୍ରିଷ୍ଣା। ତା’କୁ ଧରିବା ପାଇଁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

Naxal

Naxal

Advertisment

ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ର ଗରିୟାବନ୍ଧ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ରହିଛି ସିସି ସଦସ୍ୟ ମନୋଜ ଓରଫ ମୋଡେମ ବାଲକ୍ରିଷ୍ଣା। ତା’କୁ ଧରିବା ପାଇଁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ସୁରକ୍ଷାକର୍ମୀଙ୍କ ଗୁଳିରେ ତା’ ମୁଣ୍ଡ ଗଡ଼ିଛି। ସେ ଓଡ଼ିଶା ଓ ଛତିଶଗଡ଼ ସୀମାରେ ବେଶ ସକ୍ରିୟ ରହିଥିଲା। ଓଡ଼ିଶାର ବିଭିନ୍ନ ନକ୍ସଲ ସଂଗଠନ ପାଇଁ ସେ କାମ କରୁଥିବା ଜଣାପଡ଼ିଛି। 

Advertisment

ମୈନପୁର ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପ୍ରଥମେ ଖବର ମିଳିଥିଲା। ଏହାପରେ ଇ-୩୦, ଏସଟିଏଫ ଓ କୋବ୍ରା ବାହିନୀ ପକ୍ଷରୁ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସକାଳୁ ସମୟରୁ ହିଁ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

କିଛି ସମୟ ପରେ ଏହା ଥମି ଯାଇଥିଲା। ପୁଣି କିଛି ସମୟ ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ଜାରି ରହିଥିବା ଗୁଳି ବିନିମୟରେ କିଛି ଟପ ନକ୍ସଲ କମାଣ୍ଡରଙ୍କ ସମେତ ୧୦ ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି। 

Advertisment

ନିହତ ହୋଇଥିବା ମାଓବାଦୀଙ୍କ ମଧ୍ୟରେ ମନୋଜ ରହିଥିବା ଛତିଶଗଡ଼ ପୁଲିସ୍‌ ପକ୍ଷରୁ ନିଶ୍ଚିତ କରାଯାଇଛି। ଏକାଧିକ ନକ୍ସଲ ହିଂସାକାଣ୍ଡରେ ମନୋଜ ସାମିଲ ଥିଲା। ଓଡ଼ିଶାରେ ମଧ୍ୟ ସ ମୋଷ୍ଟୱାଣ୍ଟେଣ୍ତ ମାଓବାଦୀ ରହିଥିଲେ। ତାକୁ ବିଭିନ୍ନ ରାଜ୍ୟର ପୁଲିସ୍‌ ଖୋଜୁ ଥିବା ବେଳେ ଏବେ ତା’ର ଖେଳ ଖତମ ହୋଇଛି।

ନିହତ ମାଓବାଦୀଙ୍କ ମୃତଦେହଗୁଡ଼ିକୁ ବେସ୍‌ କ୍ୟାମ୍ପକୁ ଅଣାଯାଉଛି। ଏହାପରେ ସ୍ୱତନ୍ତ୍ର ଭାବେ ସେମାନଙ୍କ ପରିଚୟ ଓ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ସମ୍ପର୍କରେ ସୂଚନା ଦିଆଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

Chhattisgarh Naxal Attack Naxal Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe