Advertisment

ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ଟଳିଲେ ୧୦ ନକ୍ସଲ

ଛତିଶଗଡ଼ର ସୁକମା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆଜି ୧୦ ନକ୍ସଲ ନିପାତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Security Force

Security Force

Advertisment

ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ନକ୍ସଲଙ୍କ ଗଡ଼ । ଛାନିଆ ହୋଇ ପଡ଼ିଲେଣି ଲାଲ୍ ବାହିନୀ । ସୁରକ୍ଷାକର୍ମୀଙ୍କ ଲଗାତାର ଅପରେସନ ଯୋଗୁଁ ଟଳୁଛନ୍ତି ଜଣକ ପରେ ଜଣେ ନକ୍ସଲ। ଗତକାଲି ମାଲକାନଗିରିରେ ଅପରେସନ ପରେ ଆଜି ଛତିଶଗଡ଼ରେ ଲାଲ୍ ବାହିନୀ ଉପରେ ହୋଇଛି ଶକ୍ତ ପ୍ରହାର । ଛତିଶଗଡ଼ର ସୁକମା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆଜି ୧୦ ନକ୍ସଲ ନିପାତ ହୋଇଛନ୍ତି।

Advertisment

 ଛତିଶଗଡ଼ର ସୁକମା ଜିଲ୍ଲାର ଭେଜ୍ଜି ପୁଲିସ୍‌ ଷ୍ଟେଶନ ଅଧୀନରେ ଥିବା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ଶିବିର ଥିବା ବେଳେ ସେଥିରେ ୩୦ରୁ ଅଧିକ ନକ୍ସଲ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ବକ୍ସର ଆଇଜିଙ୍କ ନିର୍ଦ୍ଦେଶକ୍ରମେ ସୁକମା ଏସ୍‌ପିଙ୍କ ନେତୃତ୍ୱରେ ଆଜି ସକାଳେ ସର୍ଚ୍ଚ ଅପରେସେନ ଓ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଏହି ଅପରେସନରେ ପ୍ରାୟ ଶହେରୁ ଅଧିକ ଯବାନ ସାମିଲ ହୋଇଥିଲେ।

ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ତୁହାକୁ ତୁହା ଗୁଳି ବିନିମୟ ହୋଇଥିଲା। ଏଥିରେ ୧୦ ନକ୍ସଲ ଟଳି ପଡ଼ିଥିଲେ। ଏବେ ସୁଦ୍ଧା ୧୦ ନକ୍ସଲଙ୍କ ମୃତଦେହକୁ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଇନସାସ୍, AK-47, SLR ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

Advertisment

ଏବେ ବି କିଛି ମୃତଦେହ ଜଙ୍ଗଲରେ ପଡ଼ିଥିବା  ବେଳେ ଆଉ କିଛି ନକ୍ସଲ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ଅନୁମାନ କରାଯାଉଛି । ତେଣ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି। ଏହି ମିଳିତ ଅପରେସନରେ DRG ଓ CRPF ଯବାନ ସାମିଲ ହୋଇଛନ୍ତି।

ଗତକାଲି ମାଲକାନଗିରି ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ଟଳିଥିଲେ ଜଣେ ନକ୍ସଲ । ସାବେରୀ ନଦୀ ପାରି ହୋଇ ଛତିଶଗଡ଼ରୁ ଓଡ଼ିଶାକୁ ପଶିବା ବେଳେ ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ବେଳେ ଜଣେ ନକ୍ସଲ ଟଳି ପଡ଼ିଥିଲେ।

ଏହାପରେ ଗତରାତିରେ ଓଡ଼ିଶା-ଛତିଶଗଡ଼ ସୀମା ଗରିଆବନ୍ଧ ଜିଲ୍ଲା ଯୁଗାଡ ଥାନା ଅମାଡ଼ ଜଙ୍ଗଲରେ ହୋଇଥିଲା ଅପରେସନ୍। କୁମ୍ବିଂ ଅପରେସନ ବେଳେ ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ସାମଗ୍ରୀ ବି ଜବତ ହୋଇଥିଲା।

ଚଳିତ ବର୍ଷ ଆରମ୍ଭରୁ ଛତିଶଗଡ଼ର ବସ୍ତର ଅଞ୍ଚଳର ପ୍ରାୟ ୭ଟି ଜିଲ୍ଲାରେ ହୋଇଥିବା କୁମ୍ବିଂ ଅପରେସନରେ ଏଯାବତ ୨୦୭ ନକ୍ସଲ ଟଳି ସାରିଥିବା ଜଣାଯାଇଛି। ୨୦୨୬ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆହ୍ୱାନ ଦେଇଥିବା ବେଳେ ବିଭିନ୍ନ ସ୍ଥାନରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଉଛି। ଫଳରେ ଦେଖୁଦେଖୁ ଜଣକ ପରେ ଜଣେ ନକ୍ସଲ ଟଳୁଥିବାରୁ ସେମାନଙ୍କ ସଙ୍ଗଠନ ଟଳମଳ ଅବସ୍ଥାରେ ପହଞ୍ଚିଲାଣି।

Chhattisgarh Encounter Naxal Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe