Advertisment

ଗୋଟିଏ ଦିନରେ ୧୦ ନବଜାତ ମୃତ, ସମସ୍ତେ ଗୋଟିଏ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ

ପଶ୍ଚିମବଙ୍ଗର ମୁର୍ସିଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ଏପରି ଏକ ଦୁଃଖଦ ଘଟଣା ଘଟିଛି।

author-image
Debibandita Barick
Representative Image

Representative Image

ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ପରେ ଗୋଟିଏ ନବଜାତଙ୍କ ମୃତ୍ୟୁ। ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଜଣ ନବଜାତଙ୍କର ଜୀବନ ଚାଲିଯାଇଛି। ପଶ୍ଚିମବଙ୍ଗର ମୁର୍ସିଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ସମସ୍ତ ଶିଶୁଙ୍କ ଓଜନ କମ୍ ଥିବାରୁ ସେମାନଙ୍କୁ ଜାଙ୍ଗିପୁର ସବ୍-ଡିଭିଜନାଲ ହସ୍ପିଟାଲର SNCU(ସ୍ପେଶାଲ୍ ନ୍ୟୁବର୍ଣ୍ଣ କେୟାର୍ ୟୁନିଟ୍)ରୁ ମୁର୍ସିଦାବାଦ ମେଡିକାଲ୍ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଅଭାବରୁ ପିଲାମାନଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି।

ମୁର୍ସିଦାବାଦ ମେଡିକାଲ କଲେଜ ହସପିଟାଲର ପ୍ରିନ୍ସପାଲ ପ୍ରଫେସର ଅମିତ ଦାସ କହିଛନ୍ତି, "ଜାଙ୍ଗିପୁର ସବ୍-ଡିଭିଜନାଲ ହସ୍ପିଟାଲରେ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲ୍ୟୁଡି) କାର୍ଯ୍ୟ ଚାଲିଥିବାରୁ ଶିଶୁମାନଙ୍କୁ ମୁର୍ସିଦାବାଦ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପିଲାମାନଙ୍କୁ ଏଠାରେ ଭର୍ତ୍ତି କରିବା ପାଇଁ ୫-୬ ଘଣ୍ଟା ସମୟ ଲାଗି ଯାଇଥିଲା। ସ୍ଥାନାନ୍ତର ହୋଇଥିବା ସମସ୍ତ ପିଲାଙ୍କର ଓଜନ କମ୍ ଥିଲା। ତେଣୁ ସେମାନଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା। ବିଳମ୍ବ ଘଟିବାରୁ ପିଲାମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇ ପଡିଥିଲା।"

Advertisment

ଘଟଣାର ଅନୁସନ୍ଧାନ ପାଇଁ ଏକ ମେଡିକାଲ୍ ଟିମ୍ ଗଠନ କରିଛୁ, ତୁରନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ସେପଟେ, ଏଭଳି ଦୁଃଖଦ ଘଟଣା ଯେପରି ପୁନର୍ବାର ନଘଟିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ବିବୃତ୍ତିରେ କହିଛି। 

Newborns Die Murshidabad Hospital