ରାହୁଲ ଗାନ୍ଧି
ବିହାର(Bihar Election) କୁଟୁମ୍ବାରେ ଆୟୋଜିତ ରାଲିରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦେଇଥିବା ଗୋଟିଏ ବୟାନ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ସେନା ଦେଶର ୧୦% ଲୋକଙ୍କ ନିୟନ୍ତ୍ରଣରେ ରହିଥିବା ସେ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ଉଚ୍ଚ ଜାତିର ଉଦାହରଣ ଦେବା ବେଳେ ସେ ଏପରି କହିଛନ୍ତି।
ଗୋଟିଏ ଜନ ସମାବେଶକୁ ସମ୍ବୋଧନ କରି ରାହୁଲ ଗାନ୍ଧି(Rahul Gandhi) କହିଛନ୍ତି, “ଯଦି ଆପଣ ବେଶ ଧ୍ୟାନ ଦେବେ, ତା’ହେଲେ ଜାଣିବେ ଯେ ଦେଶର ୯୦% ଲୋକ ଦଳିତ, ମହା ଦଳିତ, ପଛୁଆ ବର୍ଗ, ଅତ୍ୟନ୍ତ ପଛୁଆ ବର୍ଗ କିମ୍ବା ସଂଖ୍ୟାଲଘୁ ସଂପ୍ରଦାୟର। ୯୦% ଲୋକ ଅତ୍ୟନ୍ତ ପଛୁଆ ବର୍ଗ ଓ ଆଦିବାସୀ ସମାଜରୁ ଆସୁଛନ୍ତି।
ଯଦି ଆପଣମାନେ ଭାରତ ୫୦୦ ବଡ଼ କମ୍ପାନୀର ତାଲିକା ପ୍ରସ୍ତୁତ କରିବେ, ତା’ହେଲେ ଆପଣ କେବେ ହେଲେ ବି ସେଠାରେ ପଛୁଆ ବର୍ଗ କିମ୍ବା ଦଳିତ ସଂପ୍ରଦାୟର କାହାକୁ ପାଇବେ ନାହିଁ। ଏମାନେ ସମସ୍ତେ ଟପ୍ରେ ଥିବା ସେହି(ଉଚ୍ଚ ଜାତି) ୧୦% ଲୋକଙ୍କ ମଧ୍ୟରେ ଆସିବେ। ସବୁ ଚାକିରି ସେମାନେ ପାଉଛନ୍ତି। ସେମାନଙ୍କ ନିୟନ୍ତ୍ରଣ ଦେଶ ସଶସ୍ତ୍ର ବଳ ଉପରେ ବି ରହିଛି। ଦେଶର ୯୦% ଲୋକ ପ୍ରତିନିଧିଙ୍କୁ ଆପଣ କେଉଁଠି ବି ପାଇବେ ନାହିଁ।
ଆମେ ଏମିତି ଏକ ଭାରତ ଚାହୁଁଛୁ ଯେଉଁଠି ଦେଶର ୯୦% ଲୋକଙ୍କ ପାଇଁ ସ୍ଥାନ ରହିବ। ଯେଉଁଠାରେ ଲୋକମାନେ ଆତ୍ମସମ୍ମାନ ଓ ଖୁସିରେ ରହିବେ। କଂଗ୍ରେସ ସବୁବେଳେ ପଛୁଆ ବର୍ଗଙ୍କ ପାଇଁ ଲଢ଼େଇ କରି ଆସିଛି।”
ରାହୁଲ ଗାନ୍ଧିଙ୍କ ୧୦% ବୟାନକୁ ସହଜରେ ଗ୍ରହଣ କରିନି ବିଜେପି। ଦଳର ନେତେ ସୁରେଶ ନାଖୁଆ କହିଛନ୍ତି, “ରାହୁଲ ଗାନ୍ଧି ଏବେ ସଶସ୍ତ୍ର ବଳରେ ଜାତିକୁ ଖୋଜିବା ଆରମ୍ଭ କଲେଣି ଓ କହୁଛନ୍ତି ୧୦% ଲୋକ ଏହାକୁ ନିୟନ୍ତ୍ରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଥିବା ଘୃଣା ପାଇଁ ସେ ଭାରତକୁ ଘୃଣାର କରିବାର ସୀମା ଟପି ଯାଇଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/04/rahul-gandhi-2025-11-04-20-05-03.jpg)