Advertisment

ସାଂଘାତିକ ଖରା: ୧୦ ପୋଲିଂ କର୍ମଚାରୀଙ୍କ ସମେତ ୧୪ ମୃତ

ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭୋଜପୁରରେ ସର୍ବାଧିକ ୫ ଜଣ ହିଟଷ୍ଟ୍ରୋକ ଯୋଗୁ ପ୍ରାଣ ହରାଇଛନ୍ତି।

author-image
Hemant Lenka
Bihar

Bihar

ନିର୍ବାଚନ ଋତରୁରେ ପ୍ରବଳ ଖରା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ମୁଣ୍ଡ ଫଟା ଖରା ଯୋଗୁ ବିହାରରେ ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୧୦ ଜଣ ପୋଲିଂ କର୍ମଚାରୀ ରହିଛନ୍ତି। ସମସ୍ତଙ୍କର ମୃତ୍ୟୁ ହିଟଷ୍ଟ୍ରୋକ ବା ଅଂଶୁଘାତ ଯୋଗୁ ହୋଇଛି।

Advertisment

ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭୋଜପୁରରେ ସର୍ବାଧିକ ୫ ଜଣ ହିଟଷ୍ଟ୍ରୋକ ଯୋଗୁ ପ୍ରାଣ ହରାଇଛନ୍ତି। ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଏଠାରେ ୫ ଜଣ କର୍ମଚାରୀଙ୍କ ଜୀବନ ଯାଇଛି।

ସେହିପରି ରୋହତସରେ ୩ ଜଣ, କୈମୁର ଓ ଔରଙ୍ଗାବାଦରେ ଜଣେ ଲେଖାଏ ପୋଲିଂ କର୍ମଚାରୀ ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ଏହାବାଦ ଆଉ ୪ ଜଣ ସାଧାରଣ ଲୋକଙ୍କର ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କ ପାଇଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।

Advertisment

ବର୍ତ୍ତମାନ ବିହାରରେ ପ୍ରବଳ ଖରା ହେଉଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଗୁରୁବାର ବକ୍ସରରେ ସର୍ବାଧିକ ତାପମାତ୍ରା ୪୭.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ହିଟୱେଭକୁ ଦୃଷ୍ଟିରେ ରଖି ଜୁନ ୮ ତାରିଖ ଯାଏ ବିହାରର ସବୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖାଯାଇଛି।

ବିହାରର ୪୦ ଲୋକସଭା ଆସନରୁ ଇତି ମଧ୍ୟରେ ୩୨ଟି ସ୍ଥାନରେ ଭୋଟ ଗ୍ରହଣ ଶେଷ ହୋଇ ସାରିଛି। ଆସନ୍ତାକାଲି ଶେଷ ପର୍ଯ୍ୟାୟରେ ବଳକା ୮ଟି ଆସନରେ ମତଦାନ ହେବ।

Heat Wave Heavy Heat Wave Bihar Heat Wave