Advertisment

୧୦ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ଥାନରେ ଆସାମର ପୂର୍ବତନ ଲୋକସଭା ସାଂସଦ ରାମେନ ଡେକାଙ୍କୁ ଛତିଶଗଡ଼ର ରାଜ୍ୟପାଳ କରାଯାଇଛି।

Santosh Gangwar, Ramen Deka, Haribhau Kisanrao Bagde

Santosh Gangwar, Ramen Deka, Haribhau Kisanrao Bagde

Advertisment

ଦେଶର ୧୦ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ତା’ସହିତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ନୂଆ ଉପ-ରାଜ୍ୟପାଳ ନିଯୁକ୍ତ କରାଯାଇଛି। ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଦେଇଛନ୍ତି।

Advertisment

ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ଭାବେ ନୂତନ ନିଯୁକ୍ତି ମିଳିଛି। ଏହା ସହିତ ସେ ମଣିପୁରର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ପୂର୍ବରୁ ସିକ୍କିମର ରାଜ୍ୟପାଳ ଥିଲେ। ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କ ସ୍ଥାନରେ ବରିଷ୍ଠ ବିଜେପି ନେତା ଓମ୍ ପ୍ରକାଶ ମାଥୁରଙ୍କୁ ସିକ୍କିମର ରାଜ୍ୟପାଳ କରାଯାଇଛି।

ପଞ୍ଜାବର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ଗୁଲାବ ଚାନ୍ଦ କଟରିଆ। ପଞ୍ଜାବ ରାଜ୍ୟପାଳ ଭାବେ ବନୱାରୀଲାଲ୍ ପୁରୋହିତଙ୍କ ଇସ୍ତଫା ପରେ ଗୁଲାବ ଚାନ୍ଦ କଟରିଆଙ୍କୁ ଏହି ନିଯୁକ୍ତି ମିଳିଛି।

Advertisment

ସିପି ରାଧାକୃଷ୍ଣନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନୂତନ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ତା’ ସହିତ ତେଲଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ନିଯୁକ୍ତ କରାଯାଇଛି। ସେହିପରି ତ୍ରିପୁରାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମାଙ୍କୁ ତେଲଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ହରିଭାଉ କିସନରାଓ ବାଗଡେଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। କଲରାଜ ମିଶ୍ରଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି।

ଆସାମର ପୂର୍ବତନ ଲୋକସଭା ସାଂସଦ ରାମେନ ଡେକାଙ୍କୁ ଛତିଶଗଡ଼ର ରାଜ୍ୟପାଳ କରାଯାଇଛି। ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ଥାନରେ ତାଙ୍କୁ ମିଳିଛି ଏହି ନିଯୁକ୍ତି। ସେହିପରି କର୍ଣ୍ଣାଟକାର ମହୀଶୂରର ପୂର୍ବତନ ଲୋକସଭା ସାଂସଦ ସି. ଏଚ୍ ବିଜୟଶଙ୍କରଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ପୂର୍ବତନ ଆଇଏଏସ୍ ଅଫିସର କେ କୈଳାଶନାଥଙ୍କୁ ପୁଡୁଚେରିର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମୁଖ୍ୟ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଚାକିରିରୁ ଅବସର ନେବା ପରେ ସେ ବହୁ ବର୍ଷ ଧରି ଏହି ପଦବୀରେ ଥିଲେ। ଗତ ଜୁନ୍ ୩୦ ତାରିଖରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।

Lieutenant Governor Punjab Governor Resigns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe