Advertisment

ବାପା ବିଗିଡ଼ିବାରୁ ୧୦ ବର୍ଷର ପୁଅ ନେଲା ଚରମ ପଦକ୍ଷେପ

ବାପାଙ୍କ ଗାଳି ସହି ନ ପାରି ଛାତ ଉପରକୁ ଯାଇ ବେକରେ ରଶି ଦେଇ ଝୁଲି ପଡ଼ିଲେ ଜଣେ ତୃତୀୟ ଶ୍ରେଣୀ ଛାତ୍ର।

undefined

Minor Boy

Advertisment

ବାପା ବିଗିଡ଼ିବାରୁ ମାତ୍ର ୧୦ ବର୍ଷର ପୁଅ ନେଲେ ଚରମ ପଦକ୍ଷେପ । ବାପାଙ୍କ ଗାଳି ସହି ନ ପାରି ଛାତ ଉପରକୁ ଯାଇ ବେକରେ ରଶି ଦେଇ ଝୁଲି ପଡ଼ିଲେ ଜଣେ ତୃତୀୟ ଶ୍ରେଣୀ ଛାତ୍ର। ଏପରି ହୃଦୟ ବିଦାୟର ଘଟଣା ଫରିଦାବାଦରେ ଘଟିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ନାବାଳକଙ୍କ ବାପା ଜଣେ କାର୍‌ ଚାଳକ ହୋଇଥିବା ବେଳେ ପତ୍ନୀ, ପୁଅ ଓ ଝଅ ସହ ସେ ଫରିଦାବାଦରେ ଭଡ଼ା ଘରେ ରହୁଥିଲେ। ଶନିବାର ସନ୍ଧ୍ୟାରେ ସେ ଘରକୁ ଫେରି ପୁଅ ପାଠ ନ ପଢ଼ି ଖେଳୁଥିବା ଦେଖିବାକୁ ପାଇଲେ। ଏହା ଦେଖି ସେ ପୁଅକୁ ଗାଳି କରିଥିଲେ। ଏହାପରେ ପିଲାଟି ଛାତ ଉପରକୁ ଚାଲି ଯାଇଥିଲା।

କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରି ଛାତ ଉପରେ ପିଲାଟି ବେକରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ପାଇଲେ। ପରିବାର ଲୋକେ ତୁରନ୍ତ ପିଲାଟିକୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ଶବ ଜତବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଟିଭି ତଥା ମୋବାଇଲରେ ଅଧିକ ସମୟ ପିଲାମାନେ ବ୍ୟସ୍ତ ରହୁଥିବାରୁ ସେମାନେ ମାନସିକ ଭାବେ ଏକପ୍ରକାର ରୋଗୀ ପାଲଟଇ ଯାଉଛନ୍ତି। ତେଣୁ ସେମାନଙ୍କୁ ଏଥିରୁ ଦୂରେଇ ରଖି ସେମାନଙ୍କ ସହ ଅଧିକ ସମୟ ବିତାଇବା ଉଚିତ ବୋଲି ମାନସିକ ରୋଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Suicide Child Death Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe