Advertisment

୧୬ ବର୍ଷର ପୁଅ ସହିତ ପଳାଇଲା ୧୦ ବର୍ଷର ଝିଅ!

ରୋଚକ କଥା ହେଉଛି ଯେ ୫ମ ଶ୍ରେଣୀରେ ପଢୁଥିବା ଏହି ଝିଅଟିର ବାପା ଇନଷ୍ଟାଗ୍ରାମ ବିଷୟରେ କିଛି ଜାଣନ୍ତି ନାହିଁ।

author-image
Jitendra Garnayak
Mobile

Mobile

ପୁଅକୁ ୧୬ ବର୍ଷ। ଝିଅକୁ ୧୦ ବର୍ଷ। ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଚିହ୍ନିଲେ। ଭାବ ନିଆଦିଆରୁ ସେମାନଙ୍କ ମଧ୍ୟରେ ହୋଇଗଲା ପ୍ରେମ। ଆଉ ମଉକା ଦେଖି ଘରୁ ଫେରାର ହୋଇଗଲେ ଉଭୟେ। ତେବେ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଉଭୟଙ୍କୁ ବାଳ ସୁଧାରଗୃହକୁ ପଠାଇ ଦିଆଯାଇଛି। ଏହି ଘଟଣାଟି ଘଟିଛି ଗୁଜରାଟର ଧନସୁରା ଗାଁରେ।

Advertisment

ପୁଲିସର ସୂଚନା ଅନୁଯାୟୀ, ରୋଚକ କଥା ହେଉଛି ଯେ ୫ମ ଶ୍ରେଣୀରେ ପଢୁଥିବା ଏହି ଝିଅଟିର ବାପା ଇନଷ୍ଟାଗ୍ରାମ ବିଷୟରେ କିଛି ଜାଣନ୍ତି ନାହିଁ। ଝିଅଟି ତା’ ମା’ଙ୍କ ଫୋନ୍‌ରେ ଇନ୍‌ଷ୍ଟାଗ୍ରାମ ବ୍ୟବହାର କରୁଥିଲା। ଇନ୍‌ଷ୍ଟାଗ୍ରାମରୁ ପାଖ ଏକ ଗାଁର ଜଣେ ୧୬ ବର୍ଷର ବାଳକ ସହିତ ତା’ର ଚିହ୍ନା ପରିଚିତ ହୋଇଥିଲା। ତା’ ଭିତରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ଆଉ ଦୁହେଁ ଘରୁ ପଳାଇ ବାହା ହେବାକୁ ଯୋଜନା କରିଥିଲେ। ଯୋଜନା ପ୍ରକାରେ ଗତ ଡିସେମ୍ବର ୩୧ ତାରିଖ ଦିନ ସେମାନେ ଘରୁ ଫେରାର ହୋଇଯାଇଥିଲେ। ଏଥିରେ ସେମାନଙ୍କୁ ୩ ଜଣ ସାଙ୍ଗ ସହାୟତା କରିଥିଲେ।

ଝିଅ ଘର ଲୋକେ କୌଣସି ସୂତ୍ରରୁ ଏ ବିଷୟରେ ଜାଣିପାରିଥିଲେ। ସେମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇବାର କିଛି ଘଣ୍ଟା ମଧ୍ୟରୁ ଉଭୟ ପୁଅ ଓ ଝିଅଙ୍କୁ ପାଖ ଏକ ଗାଁରୁ ଉଦ୍ଧାର କରିଥିଲା। 

Advertisment
Love Story