Advertisment

କୁନି ପ୍ରବଚକ ଅଭିନବ ଆରୋରାଙ୍କ ଅଭିଯୋଗ, 'ବିଷ୍ଣୋଇ' ଗ୍ୟାଙ୍ଗରୁ ମିଳିଛି ହତ୍ୟା ଧମକ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିନବଙ୍କ ମାଆ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Abhinav Arora

Abhinav Arora

Advertisment

୧୦ ବର୍ଷର କୁନି ପ୍ରବଚକ ଅଭିନବ ଆରୋରାଙ୍କୁ ହତ୍ୟା ଧମକ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିନବଙ୍କ ମାଆ ଅଭିଯୋଗ କରିଛନ୍ତି। ମେସେଜ୍ ଯୋଗେ ହତ୍ୟା ଧମକ ମିଳିଥିବା ନେଇ ଥାନାରେ ଏତଲା ଦେଇଛନ୍ତି। 

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିନବଙ୍କ ମାଆ କହିଛନ୍ତି, "ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅଭିନବଙ୍କୁ ମାରି ଦେବାକୁ ହତ୍ୟା ଧମକ ଦେଇଛନ୍ତି। ଗତକାଲି ରାତିରେ ଆମକୁ ଏକ ନଂରେ କଲ୍ ଆସିଥିଲା, କଲ୍ ରିସିଭ୍ କରି ନପାରିବାରୁ ପର ଦିନ ସକାଳେ ସେହି ନଂରେ ମେସେଜ କରି ହତ୍ୟା ଧମକ ଦିଆଯାଇଛି। ମେସେଜରେ ସେମାନେ ଅଭିନବଙ୍କୁ ମାରିଦେବାକୁ ଧମକ ଦେଇଛନ୍ତି।"

ଅଭିନବ ଏକ ଛୋଟ ପିଲା। ସେ ସେପରି କିଛି କରିନାହିଁ ଯେ ତାକୁ ଏତେ ସବୁ ସହିବାକୁ ପଡ଼ୁଛି। ସେ ଭକ୍ତି କରିବା ଛଡ଼ା ଆଉ କିଛି ଜାଣିନାହିଁ ବୋଲି ତାଙ୍କ ମାଆ କହିଛନ୍ତି।  

Advertisment

ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଏବଂ ଅଭିନବଙ୍କ ଏକ ଭିଡିଓ ଭାଇରାଲ୍ ହେବା ପରେ ଅଭିନବ ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ଏକ ଭାଇରାଲ ଭିଡିଓରେ ରାମଭଦ୍ରାଚାର୍ଯ୍ୟ ଅଭିନବଙ୍କୁ ମଞ୍ଚ ଉପରେ ଗାଳି କରୁଥିବା ଦେଖିବାକୁ ମିଳୁଛି।

ଏହାପରେ ଜାତୀୟ ଗଣମାଧ୍ୟମରେ ଆରୋରା ଜଣେ ମୁର୍ଖ ବୋଲି କହିଥିଲେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ। ଏହା ବାଦ୍ ଶାରୀରିକ ଗଠନକୁ ନେଇ ଆରୋରାଙ୍କୁ ଅନେକ ସମୟରେ ସମାଲୋଚନାର ମଧ୍ୟ ସାମ୍ନା କରିବାକୁ ପଡ଼ୁଛି। ଏହାକୁ ନେଇ ତାଙ୍କ ମାଆ କହିଛନ୍ତି, ଅଭିନବଙ୍କୁ ବହୁତ କିଛି ସହିବାକୁ ପଡ଼ୁଛି। ତଥାପି ରାମଭଦ୍ରାଚାର୍ଯ୍ୟ ଜଣେ ବୟସ୍କ ବ୍ୟକ୍ତି, ବଡ଼ ଲୋକଙ୍କ ଗାଳି ଆଶୀର୍ବାଦ ସହ ସମାନ।

Lawrence Bishnoi Abhinav Arora
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe