Advertisment

୧୦୦ ବର୍ଷୀୟ ବାପାଙ୍କୁ ଡିଜିଟାଲ ଆରେଷ୍ଟ କରି ପୁଅ ଠାରୁ ନେଇ ଗଲେ ୧.୨୯ କୋଟି

ସାଇବର ଠକମାନେ ବୃଦ୍ଧଙ୍କୁ ତଥା କଥିତ ଡିଜିଟାଲ ଆରେଷ୍ଟ କରି ୬ ଦିନ କାଳ ରଖିଥିଲେ। ତାଙ୍କୁ ଗୋଟିଏ ଘରେ ରହିବାକୁ ବାଧ୍ୟ କରାଯିବା ସହ ଫୋନ ଓ ଭିଡିଓ କଲ ଦ୍ୱାରା ତାଙ୍କ ଉପରେ ନଜର ରଖାଯାଇଥିଲା।

digital arrest

digital arrest

Advertisment

ସାଇବର ଠକେଇର ଆଉ ଗୋଟିଏ ଘଟଣା ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଆସିଛି। ଏଠାରେ ସାଇବର ଠକମାନେ ଜଣେ ୧୦୦ ବର୍ଷୀୟ ବୃଦ୍ଧଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କ ପୁଅଙ୍କ ଠାରୁ ନେଇ ଯାଇଛନ୍ତି ୧.୨୯ କୋଟି ଟଙ୍କା। ଠକମାନେ ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ଏଭଳି କାଣ୍ଡ ଘଟାଇଛନ୍ତି।

Advertisment

ପୁଲିସ୍‌ର କହିବା କଥା ଯେ ସାଇବର ଠକମାନେ ବୃଦ୍ଧଙ୍କୁ ତଥା କଥିତ ଡିଜିଟାଲ ଆରେଷ୍ଟ କରି ୬ ଦିନ କାଳ ରଖିଥିଲେ। ତାଙ୍କୁ ଗୋଟିଏ ଘରେ ରହିବାକୁ ବାଧ୍ୟ କରାଯିବା ସହ ଫୋନ ଓ ଭିଡିଓ କଲ ଦ୍ୱାରା ତାଙ୍କ ଉପରେ ନଜର ରଖାଯାଇଥିଲା। ବାହାର ଦୁନିଆ ସହ ତାଙ୍କୁ ଯୋଗାଯୋଗ କରାଯିବାକୁ ଦିଆଯାଇ ନଥିଲା। ସେମାନେ ବୃଦ୍ଧ ଓ ତାଙ୍କ ପୁଅଙ୍କୁ ଆଇନର ଭୟ ଦେଖାଇଥିଲେ।

ଏହାପରେ ବୃଦ୍ଧଙ୍କ ପୁଅ ସୁରିନ୍ଦର ପାଲ ସିଂହ ଭୟରେ ଗୁଜରାଟ, ଗୋଆ ଓ ଜଲଗାଓଁରେ ଥିବା ବିଭିନ୍ନ ଆକାଉଣ୍ଟକୁ ସାଇବର ଠକଙ୍କ ନିର୍ଦ୍ଦେଶରେ ୧.୨୯ କୋଟି ଟଙ୍କା ପଠାଇଥିଲେ। ନିଜକୁ ସିବିଆଇ ଅଧିକାରୀ କହୁଥିବା ସାଇବର ଠକମାନେ ଶ୍ରୀ ସିଂହଙ୍କୁ ତାଙ୍କ ଟଙ୍କା ଯାଞ୍ଚ କରିବା ପରେ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଟଙ୍କା ମିଳିବା ପରେ ସେମାନେ ଧରାଛୁଆଁ ନ ଦେବାରୁ ଶ୍ରୀ ସିଂହ ସାଇବର ଠକାମୀର ଶିକାର ହୋଇଥିବା ଅନୁଭବ କରି ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ଅଭିଯୋଗ ପାଇବା ପରେ ପୁଲିସ୍‌ର ସାଇବର ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାଏ ସାଇବର ଠକଙ୍କ ସମ୍ପର୍କରେ କୌଣସି ବି ସୂଚନା ମିଳିନାହିଁ।

Cyber Crime Cyber Fraud Digital Fraud Digital Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe