Advertisment

ମନ କୀ ବାତ୍‌ @100: ଓଡ଼ିଶାର ଡି ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି

ଦେଶର ୪ ଲକ୍ଷ କେନ୍ଦ୍ରରେ ମନ କୀ ବାତ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ପ୍ରସାରଣ କରାଯାଇଛି।

author-image
Hemant Lenka
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ ଭିତ୍ତିକ କାର୍ଯ୍ୟକ୍ରମ ମନ କୀ ବାତ୍‌ ଆଜି ୧୦୦ତମ ଏପିସୋଡରେ ପାଦ ଦେଇଛି। ୨୦୧୪ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୧୦୦ତମ ଏପିସୋଡ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଶୁଣାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମନ୍ କୀ ବାତ କାର୍ଯ୍ୟକ୍ରମ ସମୟରେ ମୋଦିଙ୍କ ସହ UNSCO ଡିଜି କଥା ହୋଇଥିଲେ।

Advertisment

ଦେଶର ୪ ଲକ୍ଷ କେନ୍ଦ୍ରରେ ମନ କୀ ବାତ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ପ୍ରସାରଣ କରାଯାଇଛି। ନ୍ୟୁୟର୍କ ସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ପ୍ରସାରିତ ହୋଇଥିଲା ମନ କୀ ବାତ୍। ୨୦୧୪ ଅକ୍ଟୋବର ୩ରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ମନ କୀ ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।

ଆଜି ୧୦୦ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦି କଟକର ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ମନେ ପକାଇଛନ୍ତି।  ସେ ଚା’ ବିକି କିପରି ଲୋକଙ୍କ ସେବା କରୁଥିଲେ ସେକଥା ପ୍ରଧାନମନ୍ତ୍ରୀ କହିଛନ୍ତି। ଗରିବ ପିଲାଙ୍କ ପାଠପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା ସ୍ମରଣ କରିବା ସହ ସମାଜ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମୋଦି କହିଛନ୍ତି। ଗତ ୨୦୨୧ ଜାନୁଆରୀ ମାସ ୧୩ ତାରିଖରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଦେହାନ୍ତ ହୋଇଥିଲା।

Advertisment

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହିତ ମିଶି ମୋଦିଙ୍କ ମନ୍ କି ବାତ୍ ଶୁଣିଲେ କମଳା ମହାରଣା। କେନ୍ଦ୍ରାପଡ଼ାର ସେହି ଉଦ୍ୟମୀ ହେଉଛନ୍ତି କମଳା ମହାରଣା। ସିଏ ପଲିଥିନରେ ବିଭିନ୍ନ ସାମଗ୍ରୀ ତିଆରି କରି ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି। ଆଗରୁ ମୋଦିଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କମଳାଙ୍କ ନାଁ ଉଲ୍ଲେଖ କରିଥିଲେ ମୋଦି। ସେହିପରି ଆକାଶବାଣୀରେ ଓଡ଼ିଆ ଅନୁବାଦ କରୁଥିବା ପ୍ରକାଶ ଦାବେ ମଧ୍ୟ ରାଜଭବନରେ ସମସ୍ତଙ୍କ ସହିତ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବର୍ତ୍ତମାନ ମନ କୀ ବାତ୍‌ କାର୍ଯ୍ୟକ୍ରମ ଜନ ଆନ୍ଦୋଳନରେ ପରିଣତ ହୋଇଥିବା ମୋଦି କହିଛନ୍ତି। ସେ କହିଛନ୍ତି, ଅନ୍ୟର ଗୁଣରୁ ଶିକ୍ଷା କରିବାର ଅନେକ ଅନୁଭୂତି ମିଳିଛି। ମନ୍ କୀ ବାତ୍ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ ପାଲଟିଛି। ଜନତା ଜନାର୍ଦ୍ଦନଙ୍କ ପାଇଁ ମୋତେ ସେବାର ସୁଯୋଗ ମିଳିଛି। ଶତ୍ରୁ ହେଉ କି ମିତ୍ର, ସମସ୍ତଙ୍କ ଠାରୁ ଭଲ ଗୁଣରୁ ଶିଖିବାର ରହିଛି।

ଦେଶର ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସଫଳତା ମୋତେ ପ୍ରଭାବିତ କରିଛି। ମନ କୀ ବାତ ଏବେ ଦେଶବାସୀଙ୍କ ପାଇଁ ଗୋଟିଏ ବିରଳ ପର୍ବରେ ପରିଣିତ ହୋଇଛି। ଲୋକଙ୍କ ମଧ୍ୟରେ ସକାରାତ୍ମକ ଭାବନ ଜାଗ୍ରତ ହୋଇଛି। ଆମେ ସମସ୍ତେ ପ୍ରତି ମାସରେ ଏହି ପର୍ବକୁ ଅପେକ୍ଷା କରୁଛେ। ଲୋକଙ୍କ ସହଭାଗିତାକୁ ମଧ୍ୟ ଆମେ ଉପଭୋଗ କରୁଛେ।

ମନ କୀ ବାତ୍‌ ହେଉଛି କୋଟି କୋଟି ଭାରତୀୟଙ୍କ ମନର କଥା। ଏହା ସେମାନଙ୍କ ଭାବନାକୁ ପ୍ରତିଫଳିତ କରେ। ୨୦୧୪ ଅକ୍ଟୋବର ୩ ଥିଲା ବିଜୟ ଦଶମୀ। ଆମେ ସମସ୍ତେ ଏକାଠି ହୋଇ ମନ କୀ ବାତ୍‌ ଯାତ୍ରା ଆରମ୍ଭ କରିଥିଲେ। ବେଟି ବଚାଓ ବେଟି ପଢ଼ାଓ କିମ୍ବା ସ୍ୱଚ୍ଛ ଭାରତ ଅଭିଯାନ, ଖଦି ପାଇଁ ଭଲ ପାଇବା, ଆଜାଦି କା ଅମୃତ ମହୋତ୍ସବ, ଅମ୍ରିତ ସରୋବର କିମ୍ବା ମନ କୀ ବାତ୍‌ ସହ ଜଡ଼ିତ ହେଉଥିବା ଯେକୌଣସି ପ୍ରସଙ୍ଗ ବିରାଟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଆପଣମାନେ ଏହାକୁ ଏପରି କରିଛନ୍ତି।

ମୋ ପାଇଁ ମନ କୀ ବାତ୍‌ କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ। ଏହା ମୋ ପାଇଁ ବିଶ୍ୱାସ, ପୂଜା ଓ ବ୍ରତ। ଲୋକମାନେ ପୂଜା ପାଠ କରିବାକୁ ଯିବା ବେଳେ ସେମାନେ ନିଜ ସହ ଥାଳିରେ ପ୍ରସାଦ ନେଇ ଯାଆନ୍ତି। ଜନତା ଜନାର୍ଦ୍ଦନ ରୂପରେ ଥିବା ଭଗବାନଙ୍କ ପାଦ ତଳେ ମନ କୀ ବାତ୍‌ ହେଉଛି ମୋ ପାଇଁ ପ୍ରସାଦ ଥାଳି ବୋଲି ମୋଦି କହିଛନ୍ତି। ଏଥିସହ ସେ ‘ସେଲଫି ୱିଥ ଡଟର୍‌’ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି।

Narendra Modi PM Modi