/odisha-reporter/media/post_attachments/uploadimage/library/16_9/16_9_0/Rain_1752748041.jpg)
Rain
ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ହିମଳାଚଳ ପ୍ରଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ରାଜ୍ୟରେ ୧୦୯ ଜଣଙ୍କ ଜୀବନ ଗଲାଣି। ଚଳିତ ବର୍ଷ ଜୁନ ୨୦ରୁ ଜୁଲାଇ ୧୬ ମଧ୍ୟରେ ବର୍ଷା ବିତ୍ପାତ ଏତେ ସଂଖ୍ୟକ ଲୋକଙ୍କ ଜୀବନ ନେଇ ସାରିଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ବା ଏସଡିଏମ ପକ୍ଷରୁ ସୂଚନା ଦେଇଛି।
ପ୍ରାଣ ହରାଇଥିବା ୧୦୬ ଜଣଙ୍କ ମଧ୍ୟରୁ ୬୪ ଜଣ ବର୍ଷା ଜନିତ ଅଘଟଣ ବାକି ୪୫ ଜଣ ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି। ମୌସୁମୀ ଆସିବା ପରେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ସରକାର ନିଶ୍ଚିତ କରିଛନ୍ତି।
ରାଜ୍ୟ ଏମର୍ଜେନ୍ସି ଅପରେସନ ସେଣ୍ଟର ଆଜି ସକାଳେ ଜାରି କରିଥିବା ରିପୋର୍ଟରେ କହିଛି ଯେ ଉତ୍ତାରି ନିକଟ ଜାତୀୟ ରାଜପଥ ୭୦୭ ସମେତ ରାଜ୍ୟରେ ବର୍ଷା ଯୋଗୁ ୨୨୬ଟି ରାସ୍ତା ବନ୍ଦ ହୋଇ ରହିଛି। ଅବିଶ୍ରାନ୍ତ ବର୍ଷା ଓ ଭୂସ୍ଖଳନ ଯୋଗୁ ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଛି। ଅତିରିକ୍ତ ଭାବେ ୫୨ଟି ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର ରିଜିଅନ(ଡିଟିଆର) ଓ ୧୩୭ଟି ପାଣି ବିତରଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଛି। ମଣ୍ଡି, କୁଲ୍ଲୁ, କଙ୍ଗ୍ରା ଓ ସିରମୌର ଏଥିଯୋଗୁ ଅଧିକ ପ୍ରଭାବିତ ହୋଇଛନ୍ତି।
ରାଜ୍ୟ ଏମର୍ଜେନ୍ସି ଅପରେଦନ ସେଣ୍ଟର କହିଛି ଯେ ବର୍ଷା ଜନିତ ଅଘଟଣ ଯଥା-ଭୂସ୍ଖଳନ, ଅଚାନକ ବନ୍ୟା, ବାଦଲ ଫଟା ବର୍ଷା, କରେଣ୍ଟ ଝଟକା, ସାପ କାମୁଡ଼ାରେ ଅଧିକାଂଶ ଲୋକ ପ୍ରାଣ ହରାଇଛନ୍ତି। ମଣ୍ଡି ଓ କାଙ୍ଗ୍ରାରେ ସର୍ବାଧିକ ଲୋକ ବର୍ଷା ଜନିତ ଅଘଟଣରେ ଆଖି ବୁଜିଛନ୍ତି। ଏଠାରେ ୧୬ ଜଣ ଲେଖାଏ ଲୋକଙ୍କ ଜୀବନ ଯାଇଛି। ଏହା ପଛରକୁ ହାମିରପୁରେ ୮, କୁଲ୍ଲୁରେ ୪ ଓ ଚାମ୍ବାରେ ୩ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି।
ଏହାବାଦ ସଡ଼କ ଦୁର୍ଘଟଣା ଯୋଗୁ କୁଲ୍ଲୁ ଓ ସୋଲରେ ସର୍ବାଧିକ ୭ ଜଣ ଲେଖାଏ, ଚାମ୍ବାରେ ୬ ଓ ଶିମଲା, କାଙ୍ଗ୍ରା, କିନ୍ନାଉର ଓ ମଣ୍ଡିରେ ମଧ୍ୟ ସଡ଼କ ଦୁର୍ଘଟଣା ଲୋକଙ୍କ ଜୀବନ ନେଇଛି।
ଏସଡିଏମ ତା’ ରିପୋର୍ଟରେ କହିଛି ଯେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ୮୮୩ କୋଟି ଟଙ୍କାର କ୍ଷତି ବର୍ତ୍ତମାନ ସୁଦ୍ଧା ହୋଇ ସାରିଲାଣି। ୧୧୨୮ଟି ଗୃହ ପାଳିତ ପଶୁ ଓ ୨୧,୫୦୦ ପକ୍ଷୀ ମଧ୍ୟ ମୌସୁମୀ ଜନିତ ବର୍ଷାରେ ପ୍ରାଣ ହରାଇଛନ୍ତି।
ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସହ କ୍ଷତିପୂରଣ ଲୋକଙ୍କ ପାଖରେ ପହଞ୍ଚା ଯାଉଛି। ତଥାପି ବର୍ଷା ଛାଡ଼ି ନଥିବାରୁ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ବର୍ଷା ଯୋଗୁ ଲୋକଙ୍କ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
