ଦୁର୍ଘଟଣା ସ୍ଥଳର ଦୃଶ୍ୟ
ଜମ୍ମୁ-କଶ୍ମୀରର ଡୋଡାରେ ବଡ଼ ଅଘଟଣ। ସେନା ଯବାନମାନଙ୍କୁ ନେଇ ଯାଉଥିବା ଗୋଟିଏ ବୁଲେଟ ଫ୍ରୁପ ଗାଡ଼ି ରାସ୍ତାରୁ ଖସି ସିଧା ୨୦୦ ଫୁଟ ତଳେ ଥିବା ଖାଇରେ ପଡ଼ିଛି। ଏଥିରେ ୧୧ ଜଣ ବୀର ଯବାନଙ୍କ ମୃତ୍ୟୁ ହୋଥିବା ବେଳେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଏୟାରଲିଫ୍ଟ କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜଣେ ଅଧିକାରୀଙ୍କ କହିବା କଥା ଯେ ଦୁର୍ଘଟଣା(Accident)ଗ୍ରସ୍ତ ହୋଇଥିବା ସେନା ଗାଡ଼ିଟି ବୁଲେଟଫ୍ରୁପ ଥିଲା। ଗାଡ଼ିରେ ୨୦ ଜଣ ଯବାନ ଥିବା ବେଳେ ଅପରେସନ ପାଇଁ ଘାଟି ଚଢ଼ୁଥିଲେ। କିନ୍ତୁ ଖାନ୍ନି ଟପ ନିକଟ ଭାଦେୱା-ଛାମ୍ବା ଅନ୍ତଃରାଜ୍ୟ ରାସ୍ତାରେ ଗାଫିଟି ଭାରସାମ୍ୟ ହରାଇଥିଲା। ଫଳରେ ଏହା ସିଧା ୨୦୦ ଫୁଟ ତଳେ ଥିବା ଖାଇରେ ଖସି ପଡ଼ିଥିଲା।
ଖବର ପାଇ ସେନା ଓ ଜମ୍ମୁ-କଶ୍ମୀର ପୁଲିସ୍ର ମିଳିତ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ଦୁର୍ଘଟଣା ସ୍ଥଳରୁ ୪ ଜଣଙ୍କ ମୃତଦେହ ମିଳିଥିଲା। ଏବେ ସଂଖ୍ୟା ୧୧ରେ ପହଞ୍ଚିଛି। କିଛି ଯବାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ସେମାନଙ୍କୁ ଉଦ୍ଧମପୁର ମିଲିଟାରୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିବା ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।
ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଉପ ରାଜ୍ୟପାଳ ମନୋଜ ସିହ୍ନା ବୀର ଯବାନଙ୍କ ମୃତ୍ୟୁ ଖବରରେ ଶୋକ ପ୍ରକାଶ କରିଛନ୍ତି। ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/22/army-2026-01-22-15-39-45.jpg)