Advertisment

ଟ୍ରକ୍ ଓ ପିକ୍‌ଅପ ଭ୍ୟାନ ମଧ୍ୟରେ ଧକ୍କା, ଚାଲିଗଲା ୧୧ ଜଣଙ୍କ ଜୀବନ

ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଛତିଶଗଡ଼ର ବାଲୋଦା ବଜାର-ଭାତାପଡ଼ା ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ଟ୍ରକ୍‌ ଓ ପିକ୍‌ ଭ୍ୟାନ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Advertisment

ମୃତହାତମାନେ ସାହୁ ପରିବାରର ସଦସ୍ୟ। ସେମାନେ ଖିଲୋରା ଠାରୁ ଆୟୋଜିତ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଅରଜୁନିକୁ ଫେରୁଥିଲେ। ହେଲେ ପରିବାରର ସଦସ୍ୟମାନେ ପିକଭ୍ୟାନରେ ଖାମାରିଆର ଡିପିଡବ୍ଲ୍ୟୁଏସ୍‌ ସ୍କୁଲ ଅତିକ୍ରମ କରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ସହ ସାହୁ ପରିବାରର ସଦସ୍ୟମାନେ ଯାଉଥିବା ପିକଅପ୍‌ ଭ୍ୟାନନର ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ସାହୁ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ୧୨ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍‌ ଘଟଣସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।

Advertisment

ସେଠାରେ କିଛି ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ ଓ ପିକଅପ ଭ୍ୟାନକୁ ଜବତ କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେକଥା ଜଣାପଡ଼ିନି।

Accident Road Accident Truck
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe