Advertisment

କ୍ରିକେଟ ଖେଳୁ ଖେଳୁ ଅଘଟଣ, ବଲ୍‌ ବାଜି ଚାଲିଗଲା ନାବାଳକର ଜୀବନ

ସାଙ୍ଗଙ୍କ ସହ କ୍ରିକେଟ ଖେଳୁ ଖେଳୁ ଘଟିଲା ଅଘଟଣ । ବଲ୍‌ ବାଜିବାରୁ ଫିଲ୍ଡରେ ହିଁ ଚାଲିଗଲା ୧୧ ବର୍ଷୀୟ ନାବାଳକଙ୍କ ଜୀବନ ।

ଅଦ୍ୟତନ ହୋଇଛି
Minor Boy Died In Field

Minor Boy Died In Field

Advertisment

ସାଙ୍ଗଙ୍କ ସହ କ୍ରିକେଟ ଖେଳୁ ଖେଳୁ ଘଟିଲା ଅଘଟଣ । ବଲ୍‌ ବାଜିବାରୁ ଫିଲ୍ଡରେ ହିଁ ଚାଲିଗଲା ୧୧ ବର୍ଷୀୟ ନାବାଳକଙ୍କ ଜୀବନ । ଏପରି ଏକ ଅଘଟଣ ମହାରାଷ୍ଟ୍ରର ପୁଣେରେ ଘଟିଛି। ମୃତ ନାବାଳକଜଣକ ଶୌର୍ଯ୍ୟ ବୋଲି ଜଣାଯାଇଛି।

Advertisment

ପୁଣେର ଲୋହଗାଁରେ ଥିବା ଫିଲ୍ଡରେ ପିଲାଟି ନିଜ ସାଙ୍ଗଙ୍କ ସହ କ୍ରିକେଟ ଖେଳୁଥିଲା। ଉକ୍ତ ସମୟରେ ଜଣେ ପିଲା ବ୍ୟାଟିଂ କରୁଥିବା ବେଳେ ବଲ୍‌ଟି ଆସି ଶୌର୍ଯ୍ୟଙ୍କ ପ୍ରାଇଭେଟ ପାର୍ଟରେ ବାଜିଥିଲା। ଫଳରେ ସେ ତଳେ ପଡ଼ି ଛଟପଟ ହୋଇଥିଲେ। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। 

ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଖେଳିବାକୁ ଯାଇଥିବା ପୁଅର ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। 

Advertisment
Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe