Advertisment

ନାବାଳିକାଙ୍କୁ ଅପହରଣ ସହ ଗଣବଳାତ୍କାର, ୨ ଗିରଫ

ଅଭିଯୁକ୍ତଙ୍କ ବିରୋଧରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ୍‌ ଏହି ମାମଲାର ଯାଞ୍ଚ କରୁଛି।

 Raped

Minor Raped

Advertisment

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଅପହରଣ ସହ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ୍‌ ଏହି ମାମଲାର ଯାଞ୍ଚ କରୁଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଗତ ୧୨ ତାରିଖ ସନ୍ଧ୍ୟାରେ ନାବାଳିକାଜଣକ ଅମ୍ବରନାଥ ରେଲୱେ ଷ୍ଟେଶନ ଅଭିମୁଖେ ଏକୁଟିଆ ଯାଉଥିଲେ। ଏହାଦେଖି ଅଟୋରେ ଯାଉଥିବା ଦୁଇ ଜଣ ତାଙ୍କୁ ଜୋରଜବରଦସ୍ତି ଉଠାଇ ନେଇଥିଲେ। ସେମାନେ ତାଙ୍କୁ ଏକ ନିଛାଟିଆ ଜାଗାକୁ ନେଇ ଗଣବଳାତ୍କାର କରିଥିଲେ। ସେମାନେ ସେଠାରୁ ଅଟୋ ଚାଳକଙ୍କୁ ପଠାଇ ଦେଇଥିଲେ।

ଏହାପରେ ଗଣବଳାତ୍କାର ପରେ ଘଟଣା ସମ୍ପର୍କରେ ବାହାରେ ପ୍ରଘଟ ନ କରିବାକୁ ପୀଡ଼ିତାଙ୍କୁ ଧମକ ଦେଇଥିଲେ। ପୀଡ଼ିତା ଘରେ ପହଞ୍ଚି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ପୋସ୍କୋ ଆକ୍ଟରେ ଛାନଭିନ ଆରମ୍ଭ କରିଥିଲା। ପୁଲିସ୍‌ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment
Minor Girl Rapped Maharashtra Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe