Advertisment

ଗୁଇନ୍ଦା ବିଭାଗର ବଡ଼ ସୂଚନା: ଜମ୍ମୁ-କଶ୍ମୀରରେ ସକ୍ରିୟ ଅଛନ୍ତି ୧୧୯ ଜଣ ଆତଙ୍କବାଦୀ

ଏହି ତଥ୍ୟ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

Jammu

Jammu

Advertisment

ଜମ୍ମୁ-କଶ୍ମୀରରେ ଏବେ ୧୧୯ ଜଣ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଉଭୟ ଅପରେସନ ଓ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ରହି ଉପତ୍ୟକାର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି। ଏପରି କିଛି ସାଂଘାତିକ ତଥ୍ୟ ଗୁଇନ୍ଦା ବିଭାଗ ଦେଇଛି।

Advertisment

ଏହି ରିପୋର୍ଟ ଅନୁସାରେ, ପୀର ପଞ୍ଜଲ ରେଞ୍ଜରେ ଏବେ ମୋଟ ୭୯ ଜଣ ଆତଙ୍କବାଦୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୮ ଜଣ ସ୍ଥାନୀୟ ଓ ୬୧ ଜଣ ବିଦେଶୀ ଆତଙ୍କୀ ରହିଛନ୍ତି। ଦକ୍ଷିଣ ପୀର ପଞ୍ଜଲରେ ସକ୍ରିୟ ଥିବା ୪୦ ଜଣଙ୍କ ମଧ୍ୟରୁ ୩୪ ଜଣ ବିଦେଶୀ ଓ ୬ ଜଣ ସ୍ଥାନୀୟ ଆତଙ୍କବାଦୀ ଅଛନ୍ତି।

ଏବେ ଏହି ତଥ୍ୟ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

Advertisment

ସୂତ୍ର ଅନୁସାରେ, ଜମ୍ମୁ-କଶ୍ମୀରରରେ ଚଳିତ ବର୍ଷ ୨୫ ବର୍ଷଟି ଆତଙ୍କବାଦ ସହ ଜଡ଼ିତ ଘଟଣା ଘଟିଛି। ଏଥିରେ ୨୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ୨୦୨୩ରେ ୨୫ଟି ଆତଙ୍କବାଦ ଜଡ଼ିତ ଘଟଣା ଘଟିଥିବା ବେଳେ ୨୭ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।

ଚଳିତ ବର୍ଷ ଆତଙ୍କବାଦ ନିରୋଧ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଚଳିତ ବର୍ଷ ୬୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୪୫ ଜଣ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଓ ୧୬ ଜଣ ଏଲଓସି ନିକଟରେ ଆଖି ବୁଜିଛନ୍ତି। ନିହତ ୬୧ ଜଣଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ପାକିସ୍ତାନ ନାଗରିକ। ୨୦୨୩ରେ ୬୦ ଜଣ ଆତଙ୍କୀ ନିହତ ହୋଇଥିଲେ।

Terror Attack Jammu Kashmir Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe