cheetahs
ଭାରତ ପହଁଚିଲେ ଆଉ ୧୨ ଚିତା। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନରେ ଚିତାଙ୍କୁ ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯାଇଛି। ସ୍ୱତନ୍ତ୍ର ବିମାନଟି ଆଜି ସକାଳ ପ୍ରାୟ ୧୦ଟା ୧୦ ମିନିଟରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଁଚିଛି। ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାଘଙ୍କୁ କୁନୋ ନାସନାଲ ପାର୍କକୁ ନିଆଯାଇଛି। ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏନକ୍ଲୋଜରରେ ବାଘଙ୍କୁ ରଖାଯିବ। ୨୦ଚିତାଙ୍କ ମଧ୍ୟରେ ୭ଟି ଅଣ୍ଡିରା ଏବଂ ୫ଟି ମାଇ ବାଘ ରହିଛନ୍ତି।
ମଧ୍ୟପ୍ରଦେଶର କୁନୋ ଜାତୀୟ ପ୍ରାଣୀ ଉଦ୍ୟାନରେ ଏବେ ଚିତାଙ୍କ ସଂଖ୍ୟା ୨୦ରେ ପହଁଚିଛି। ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତାଙ୍କୁ ଅଣାଯାଇଥିଲା। ୭୨ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ବାଘଗୁଡିକୁ କୁନୋ ନାସନାଲ ପାର୍କ ମଧ୍ୟକୁ ଛାଡିଥିଲେ। ବର୍ତ୍ତମାନ ସେହି ଚିତା ଗୁଡିକ ପ୍ରତି ତିନି ଚାରି ଦିନରେ ଥରେ ଶୀକାର କରୁଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତବର୍ଷ ଜାନୁଆରୀରେ ଚିତା ଆଣିବାକୁ ନେଇ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଭାରତରେ ଶେଷଥର ପାଇଁ ୧୯୪୮ରେ ଛତିଶଗଡରେ ଚିତା ଦେଖିବାକୁ ମିଳିଥିଲା। ଏବେ ଭାରତରେ ଅଛନ୍ତି ୨୦ଟି ଚିତା ବାଘ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/cheetahs_1676699758.jpeg)