Advertisment

ଆଫ୍ରିକାରୁ ବର୍ଷକୁ ୧୨ ଚିତା ବାଘ ଭାରତ ଆସିବେ

ଚିତା ବାଘ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଅଦ୍ୟତନ ହୋଇଛି
cheetahs

cheetah

Advertisment

ନାମ୍ବିଆ ପରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ ବୋଲି ଜଣାପଡିଛି। ଏନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରଣାଳୟ କହିଛି। ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ୮ରୁ ୧୦ ବର୍ଷ ମଧ୍ୟରେ ବାର୍ଷିକ ୧୨ଟି ଚିତା ପଠାଯିବା ଲାଗି ଯୋଜନା କରାଯାଛି। ଏହି ପର୍ଯ୍ୟାୟରେ ଆସନ୍ତା ମାସରେ ୧୨ଟି ଚିତା ବିମାନ ଯୋଗେ ଭାରତକୁ ସ୍ଥାନାନ୍ତର କରାଯିବ।
ଚିତା ବାଘ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଚୁକ୍ତିନାମା ଅନୁଯାୟୀ, ଆସନ୍ତା ଫେବୃଆରୀରେ ଦକ୍ଷିଣ ଆଫ୍ରିକା ୧୨ଟି ଚିତା ବାଘ ଭାରତକୁ ପଠାଇବ। ଗତବର୍ଷ ନାମ୍ବିଆରୁ ଆସିଥିବା ୮ଟି ଚିତା ବାଘ ସହ ୧୨ଟି ଚିତା ବାଘକୁ ରଖାଯିବ। ଦେଶରେ ଚିତା ବାଘଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଭାରତ ପାଇଁ ପ୍ରାଥମିକତା ଭାବରେ ବିବେଚନା କରାଯାଉଛି ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ତଥା ସୁଦୂରପ୍ରସାରୀ ସଂରକ୍ଷଣ ପରିଣାମ ରହିବ। ଚୁକ୍ତି ଅନୁଯାୟୀ ଆସନ୍ତା ୮ରୁ ୧୦ ବର୍ଷ ଯାଏଁ ପ୍ରତି ବର୍ଷ ୧୨ଟି ଲେଖାଏଁ ଚିତା ବାଘ ଦେଶକୁ ଅଣାଯିବ।

Advertisment

ଚିତା ବାଘ ଶିକାର ତଥା ବାସସ୍ଥାନ ନଷ୍ଟ ହେତୁ ଏହି ପ୍ରଜାତିର ଚିତା ବାଘ ବିଲୁପ୍ତ ହେବା ପରେ ଏହାକୁ ପୁନଃଜୀବିତ କରିବା ଲାଗି ଭାରତ ସରକାର ଦକ୍ଷିଣ ଆଫ୍ରିକାକୁ ଅନୁରୋଧ କରିଥିଲେ। ପ୍ରତି ପାଞ୍ଚ ବର୍ଷରେ ଏହି ବୁଝାମଣାପତ୍ରର ସର୍ତ୍ତାବଳୀ ସମୀକ୍ଷା କରାଯିବ ବୋଲି ମନ୍ତ୍ରାଳୟ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe