Advertisment

ଫାଷ୍ଟଫୁଡ୍ ପାଲଟିଲା ବିଷ, ଚିକେନ୍‌ ସୋର୍‌ମା ଖାଇ ୧୨ ଗୁରୁତର

୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣ ଏବେବି ଚିକିତ୍ସିତ ଅଛନ୍ତି।

Chicken-Shawarma

Chicken-Shawarma

Advertisment

ଫାଷ୍ଟବୁଡ୍‌ ଖାଇବାକୁ ସାଧାରଣତଃ ପିଲା ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଭଲ ପାଆନ୍ତି। ତେବେ ବେଳେବେଳେ ଏହି ଫାଷ୍ଟ ଫୁଡ୍‌ ଲୋକଙ୍କ ପାଇଁ ପାଲଟି ଯାଏ ବିଷ। ଚିକେନ୍‌ ସୋରମା ଖାଇବା ଏବେ କିଛି ଲୋକଙ୍କୁ ମହଙ୍ଗା ପଡିଛି। ଚିକେନ୍‌ ସୋର୍‌ମା ଖାଇ ୧୨ ଅଧିକ ଗୁରୁତର ହୋଇଛନ୍ତି। ମୁମ୍ବାଇର ଗୋରେଗାଁଓରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

Advertisment

ସୂଚନା ମୁତାବକ ଏକ ଫାଷ୍ଟ ଫୁଡ୍‌ ସେଣ୍ଟର୍‌ରୁ ଚିକେନ୍‌ ସୋର୍‌ମା ଖାଇ ୧୨ ଜଣ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣ ଏବେବି ଚିକିତ୍ସିତ ଅଛନ୍ତି।

ବ୍ରୁହାନ ମୁମ୍ବାଇର ଜଣେ ଅଧିକାରୀଙ୍କ କହିବା ମୁତାବକ, ଗୋରେଗାଁଓର ପୂର୍ବ ସନ୍ତୋଷ ନଗର ଅଞ୍ଚଳରେ ଥିବା ସାଟେଲାଇଟ ଟାଓ୍ୱାର୍‌ରେ ଶୁକ୍ରବର ଓ ଶନିବାର କିଛି ଲୋକେ ଚିକେନ୍‌ ସୋର୍‌ମା ଖାଇଥିଲେ। ଏହାପରେ ସେମାନେ ଗୁରୁତର ହୋଇଥିବା କୁହାଯାଉଛି। ଫୁଡ୍‌ ପଏଜନିଂ ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି।

Advertisment
Chicken Shawarma Food Poisoning Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe