Advertisment

ସମୁଦ୍ର ମଝିରେ ବୁଡ଼ିଗଲା ଜାହାଜ; ୧୨ ଭାରତୀୟଙ୍କ ଜୀବନ ବଞ୍ଚାଇଲା ପାକିସ୍ତାନ ସେନା

ପୋର୍ ବନ୍ଦରରୁ ଇରାନ ଯାଉଥିବାବେଳେ ମଝି ସମୁଦ୍ରରେ ବୁଡ଼ିଲା ଜାହାଜ। ଖବର ପାଇ ୧୨ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଠାବ କଲା ପାକିସ୍ତାନ ମେରିଟାଇମ୍ ସିକ୍ୟୁରିଟି ଏଜେନ୍ସି।

12 Indian Crew  Member rescued

12 Indian Crew Member rescued

Advertisment

ମଝି ସମୁଦ୍ରରେ ବିପନ୍ନଙ୍କ ଜୀବନ ବଞ୍ଚାଇବାକୁ ହାତ ମିଳାଇଲେ ଭାରତ ଓ ପାକିସ୍ତାନ। ଅସହାୟଙ୍କ ପ୍ରାଣ ରକ୍ଷା ପାଇଁ ଭୁଲିଗଲେ ପରମ ଶତ୍ରୁତା। ଇଣ୍ଡିଆନ କୋଷ୍ଟଗାର୍ଡ ଓ ପାକିସ୍ତାନ ମେରିଟାଇମ୍ ସିକ୍ୟୁରିଟି ଏଜେନ୍ସିର ମିଳିତ ଅପରେସନ ଯୋଗୁଁ ବଞ୍ଚିଗଲା ୧୨ ଭାରତୀୟଙ୍କ ଜୀବନ।

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ଉତ୍ତର ଆରବ ସାଗରରେ ଅଲ୍ ପିରନପିର୍ ଜାହାଜ ବୁଡ଼ିଯିବା ନେଇ ମୁମ୍ବାଇସ୍ଥିତ ମେରିଟାଇମ୍ ରେସ୍କ୍ୟୁ କୋର୍ଡିନେସନ୍ ସେଣ୍ଟରକୁ ଜରୁରୀ ସୂଚନା ଆସିଥିଲା। ଜାହାଜଟି ପୋର୍ ବନ୍ଦରରୁ ଇରାନ ଅଭିମୁଖେ ଯିବା ବେଳେ ମଝି ସମୁଦ୍ରରେ ବଡ଼ ଅଘଟଣର ସାମ୍ନା କରିଥିଲା। ଡିଷ୍ଟ୍ରେସ୍ କଲ୍ ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା କୋଷ୍ଟଗାର୍ଡ ସିପ୍ 'ସାର୍ଥକ'।

ଅନ୍ୟପକ୍ଷରେ ପାକିସ୍ତାନର ମେରିଟାଇମ୍ ରେସ୍କ୍ୟୁ କୋର୍ଡିନେସନ୍ ସେଣ୍ଟରକୁ ମଧ୍ୟ ଏନେଇ ସୂଚନା ଦିଆଯାଇଥିଲା। ଯାହାଫଳରେ ପାକିସ୍ତାନ ମେରିଟାଇମ୍ ସିକ୍ୟୁରିଟି ଏଜେନ୍ସି ପକ୍ଷରୁ ବିମାନ ସହାୟତାରେ ତୁରନ୍ତ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍। ସୌଭାଗ୍ୟବଶତଃ ଜାହାଜ ବୁଡ଼ିବା ଆଗରୁ ଜୀବନ ବଞ୍ଚାଇବାକୁ ଏକ ଡିଙ୍ଗିରେ ପଳାଇ ଆସିଥିଲେ ୧୨ ଭାରତୀୟ କ୍ରୁ ସଦସ୍ୟ। ଅସୀମ ସମୁଦ୍ରରେ ଏକ ଛୋଟ ଡିଙ୍ଗିକୁ ଠାବ କରିବା ଏତେ ସହଜ ନଥିଲା। ତେବେ ପାକ୍ MSA ବିମାନ ଆକାଶ ମାର୍ଗରୁ ଏହାକୁ ଠାବ କରିବାରେ ସଫଳ ହୋଇଥିଲା। ଶେଷରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ୧୨ ଭାରତୀୟଙ୍କୁ କୋଷ୍ଟଗାର୍ଡ ସିପ୍ 'ସାର୍ଥକ'ରେ ପୋର୍ ବନ୍ଦରକୁ ଅଣାଯାଇଛି।

Advertisment
Pakistan Rescue Indian Crew Member Indian Coast Guard Pakistan Pakistan Help India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe